fbpx

ପୁଣି ଚର୍ଚ୍ଚାରେ ଦେଶୀ ଗାର୍ଲ, ଫ୍ୟାମିଲି ପ୍ଲାନିଂ କରୁଛନ୍ତି ପ୍ରିୟଙ୍କା-ନିକ୍‌…

ମୁମ୍ବାଇ (ଭାସ୍କର ନ୍ୟୁଜ୍): ବଲିଉଡ୍‌ରୁ ଯାଇ ହଲିଉଡ୍‌କୁ ନିଜର ପରିଚୟ ସୃଷ୍ଟି କରିଥିବା ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ବ୍ୟସ୍ତବହୁଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ପ୍ରିୟଙ୍କା ଅନ୍ୟତମ । ଦେଶୀ ଗାର୍ଲ ଏବେ ସବୁଆଡେ ଲୋକପ୍ରିୟ ସହ ଚର୍ଚ୍ଚିତ । ବେଳେବେଳେ ତାଙ୍କୁ ତାଙ୍କର କିଛି ଇଭେଣ୍ଟରେ ଦେଖିବାକୁ ମିଳିଥାଏ । ଏସବୁ ମଧ୍ୟରେ ପ୍ରିୟଙ୍କା ମଧ୍ୟ ତାଙ୍କ ପରିବାର ପାଇଁ ସମୟ ବାହାର କରିଥାନ୍ତି । ନିକଙ୍କ ପରିବାର ସହିତ ସେ ତାଙ୍କ ମା ମଧୁ ଚୋପ୍ରାଙ୍କ ସହ ମଧ୍ୟ ସମୟ ବିତାଉଥିବାର ନଜର ଆସିଛନ୍ତି ।

୨୦୧୮ରେ ପ୍ରିୟଙ୍କା ଏବଂ ନିକ ଦୁହେଁ ବିବାହ କରିଥିଲେ, ଯାହା ପରେ ଅଭିନେତ୍ରୀ ବର୍ତ୍ତମାନ କାର୍ଯ୍ୟ ମଧ୍ୟରେ, ଫ୍ୟାମିଲି ପ୍ଲାନିଂର ଯୋଜନା ବିଷୟରେ ଆଲୋଚନା କରିଥିଲେ । ଏନେଇ ପ୍ରିୟଙ୍କା ଚୋପ୍ରା କହିଥିଲେ ଯେ ସେ ଏବଂ ନିକ ଜୋନାସ ସେମାନଙ୍କ ଜୀବନରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଏବଂ ଏହା ଯେତେବେଳେ ଘଟିବ ସେତେବେଳେ ଏହା ଦେଖାଯିବ । ପ୍ରିୟଙ୍କା ନିକଟରେ ଏକ ସାକ୍ଷାତକାରରେ କହିଥିଲେ । ଏ ବିଷୟରେ ତାଙ୍କୁ ପଚରାଯାଇଥିଲା କି ତାଙ୍କ ମା’ ମଧୁ ଚୋପ୍ରା ଆଇ ହେବାକୁ ଆଶା କରୁଛନ୍ତି କି ପ୍ରିୟଙ୍କା ଉତ୍ତର ଦେଇଛନ୍ତି, ‘ଏହା ଆମର ଭବିଷ୍ୟତର ଏକ ବଡ ଅଂଶ । ଭଗବାନଙ୍କ କୃପାରୁ ଯେବେ ହେବ ସେବେ ହବ । ଯେତେବେଳେ ପ୍ରିୟଙ୍କାଙ୍କୁ ପଚରାଗଲା ଯେ ସେ ଏବଂ ନିକ ସେମାନଙ୍କ ଜୀବନରେ ବହୁତ ବ୍ୟସ୍ତ ଅଛନ୍ତି, ଅଭିନେତ୍ରୀ ଏହାର ଉତ୍ତରରେ କହିଥଲେ ଯେ ନା, ଆମେ ବ୍ୟସ୍ତ ନାହୁଁ । ଏଥିପାଇଁ ମୁଁ ନୁହେଁ ଆମେ ଦୁହେଁ ପ୍ରିପେୟାର ତଥା ରାଜି ଅଛୁ । ସୂଚନାଯୋଗ୍ୟ ଯେ ଏହାକୁ ନେଇ କହିଥିଲେ ଯେ ‘ ସନ୍ତାନ ଏବଂ ଘର କିଣିବା ଉଭୟ ତାଙ୍କ ଲିଷ୍ଟରେ ଅଛନ୍ତି ।

Get real time updates directly on you device, subscribe now.