ପ୍ରିୟଙ୍କା ନା ରାହୁଲ କିଏ ଦୁହିଁଙ୍କ ଭିତରେ କିଏ ଅଧିକ ଶିକ୍ଷିତ? ଜାଣନ୍ତୁ କାହା ପାଖରେ ଅଛି ଅଧିକ ଡିଗ୍ରୀ
Rahul vs Priyanka Gandhi Education: ଆସନ୍ତୁ ଜାଣିବା ଦୁଇ ଭାଇ ଭଉଣୀଙ୍କ ମଧ୍ୟରୁ କାହାର ଅଧିକ ଶିକ୍ଷାଗତ ଯୋଗ୍ୟତା ରହିଛି ।
ନୂଆଦିଲ୍ଲୀ: କଂଗ୍ରେସ ଏକ ସର୍ବ ପୁରାତନ ଦଳ। ଭାରତୀୟ ରାଜନୀତିରେ ଗାନ୍ଧୀ ପରିବାର ସବୁଠୁ ଅଧିକ ଚର୍ଚ୍ଚିତ ପରିବାର ଭିତରୁ ଅନ୍ୟତମ । ବର୍ତ୍ତମାନ ସମୟରେ ଏହି ପରିବାରରୁ ମୋଟ୍ ୨ଟି ଚେହେରା ଜାତୀୟ ରାଜନୀତିରେ ଖୁବ୍ ସକ୍ରିୟ ରହିଛନ୍ତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭିନିଭିନ୍ନ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।
ତେବେ ଏହି ଦୁଇ ଯୁବ ନେତାଙ୍କୁ ନେଇ ବାରତରେ ସାଧାରଣରେ ଚର୍ଚ୍ଚା ଲାଗିରହିଥାଏ । ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦୁଇଜଣଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାହୁଲ ଓ ପ୍ରିୟଙ୍କାଙ୍କ ପିଲାବେଳ ଗୋଟିଏ ସ୍ଥାନରେ କଟିଥିଲେ ମଧ୍ୟ ସୁରକ୍ଷା ଓ ପାରିବାରିକ କାରଣ ଯୋଗୁଁ ଦୁଇଜଣଙ୍କ ଶିକ୍ଷାରେ ଏକ ବଡ ଧରଣର ଅନ୍ତର ଦେଖାଯାଇଥାଏ । ତେବେ ଏହାରି ଭିତରେ ଆସନ୍ତୁ ଜାଣିବା ଦୁଇ ଭାଇ ଭଉଣୀଙ୍କ ମଧ୍ୟରୁ କିଏ ଅଧିକ ପାଠୁଆ…
ପ୍ରିୟଙ୍କା ଗାନ୍ଧୀଙ୍କ ପାଠ ପଢ଼ା: ପ୍ରିୟଙ୍କା ଗାନ୍ଧୀ ନିଜ ସ୍କୁଲିଂ ଦେହରାଦୁନରର ୱେଲହାମ ଗାର୍ଲ୍ସ ହାଇସ୍କୁଲରୁ ଆରମ୍ଭ କରିଥିଲେ । ତେବେ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସୁରକ୍ଷା କାରଣରୁ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା । ଯେଉଁଠାରେ ସେ ସ୍ଥାନିୟ କନଭେଣ୍ଟ ଅଫ୍ ଜିସସ୍ ଆଣ୍ଡ ମେରୀ ସ୍କୁଲରେ ନିଜର ପାଠ ପଢା ଜାରି ରଖିଥିଲେ ।
୧୯୯୧ ମସିହାରେ ପିତା ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ଆହୁରି ବଢିଯାଇଥିଲା । ଏହାପରେ ଉଭୟ ରାହୁଲ ଓ ପ୍ରିୟଙ୍କାଙ୍କୁ ସୁରକ୍ଷା କାରଣରୁ ଘରେ ହିଁ ଶିକ୍ଷାଦାନ କରାଯାଉଥିଲା ।
ଉଭୟଙ୍କ ପାଇଁ ଅଲଗା ଅଲଗା ବିଷୟରେ ଅଲଗା ଅଲଗା ଟ୍ୟୁଟର ଆସୁଥିଲେ । ଯହାଦ୍ୱାରା ସେମାନଙ୍କ ପାଠପଢା ଜାରି ରହିଥିଲା । ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ, ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜିସସ୍ ଆଣ୍ଡ ମେରୀ କଲେଜରୁ ମନସ୍ତତ୍ତ୍ୱରେ ସ୍ନାତକ ହାସଲ କରିଥିଲେ। ଏହାପରେ ପ୍ରିୟଙ୍କା ଗାନ୍ଧୀ ୨୦୧୦ ମସିହାରେ ବୌଦ୍ଧ ଅଧ୍ୟୟନରେ ତାଙ୍କର ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିଥିଲେ, ଯାହାକୁ ସେ ଡିଷ୍ଟାନ୍ସ ଲର୍ଣ୍ଣି ଏବଂ କ୍ୟାମ୍ପସ କ୍ଲାସେସ ମାଧ୍ୟମରେ ସମାପ୍ତ କରିଥିଲେ।
ରାହୁଲ ଗାନ୍ଧୀଙ୍କ ପାଠ ପଢ଼ା: ରାହୁଲ ଗାନ୍ଧୀ ଦିଲ୍ଲୀର ସେଣ୍ଟ କଲମ୍ବସ ସ୍କୁଲରେ ତାଙ୍କର ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ ଏବଂ ପରେ ଡେରାଡୁନର ହି ଡୁନ୍ ସ୍କୁଲରେ ପାଠ ପଢିଥିଲେ। ତଥାପି, ସୁରକ୍ଷା ଦୃଷ୍ଟିରୁ, ତାଙ୍କୁ ମଧ୍ୟ ଘରୋଇ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା। ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ, ରାହୁଲ ଗାନ୍ଧୀ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ନାମ ଲେଖାଇଲେ, ଯେଉଁଠାରେ ତାଙ୍କୁ କ୍ରୀଡା କୋଟା ମାଧ୍ୟମରେ ଚୟନ କରାଯାଇଥିଲା।
ରାହୁଲ ଗାନ୍ଧୀ ପ୍ରଥମେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢିଥିଲେ, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଆମେରିକାର ରୋଲିନ୍ସ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ସେ ୧୯୯୪ ମସିହାରେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ଏହା ପରେ, ରାହୁଲ ୧୯୯୫ ମସିହାରେ ୟୁକେର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜରୁ ଡେଭଲୋପମେଣ୍ଟ ଅଧ୍ୟୟନରେ ଏମଫିଲ୍ ସମାପ୍ତ କରିଥିଲେ। ଏପରି ପରିସ୍ଥିତିରେ, ଯଦି ଆମେ ରାହୁଲ ଏବଂ ପ୍ରିୟଙ୍କାଙ୍କ ଶିକ୍ଷା ତୁଳନା କରିବା, ତେବେ ପ୍ରିୟଙ୍କା ଭାରତରେ ରହି ନିଜ ଶିକ୍ଷା ସମାପ୍ତ କରିଥିଲାବେଳେ ରାହୁଲ ବିଦେଶରେ ତାଙ୍କର ଉଚ୍ଚଶିକ୍ଷା ସମାପ୍ତ କରିଥିଲେ।
ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଉଭୟ ନିଜ ନିଜର ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି। ତଥାପି, ରାହୁଲ ଗାନ୍ଧୀ ବିଦେଶରୁ ଏମ୍.ଫିଲ୍ ଭଳି ଉଚ୍ଚତର ଡିଗ୍ରୀ ହାସଲ କରିଥିବାବେଳେ ପ୍ରିୟଙ୍କା ଗାନ୍ଧୀ ଭାରତରେ ରହି ନିଜର ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିଥିଲେ।
