fbpx

ସୋମବାରଠୁ ଦିଲ୍ଲୀରେ ଆରମ୍ଭ ହେବ ଅନ୍‌ଲକ୍‌ ପ୍ରକ୍ରିୟା: ଗଢ଼ିବ ମେଟ୍ରୋ, ଯୁଗ୍ମ-ଅଯୁଗ୍ମ ଆଧାରରେ ଖୋଲିବ ବଜାର ଓ ମଲ୍

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ଭାଇରସ୍‌  ସଂକ୍ରମଣ ପ୍ରତିହତ କରିବା ଲାଗି ଏପ୍ରିଲ୍‌ ୧୯ ତାରିଖରୁ ଦିଲ୍ଲୀରେ ଜାରି ହୋଇଥିବା ‘ଲକ୍‌ଡାଉନ୍‌’କୁ ସୋମବାରଠାରୁ କୋହଳ କରାଯିବ । ତେବେ ଅନ୍ୟ କେତେକ କଟକଣା ଜାରି ରହିବ ବୋଲି ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି ।

ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ଆଧାରରେ ସ୍ଥାନୀୟ ବଜାର ସବୁ ଖୋଲି ପାରିବ ବୋଲି ସେ କହିଛନ୍ତି । ମଲ୍‌ ସବୁ ବି ଖୋଲି ବ୍ୟବସାୟ ଚଳାଇ
ପାରିବେ କିନ୍ତୁ ସେମାନଙ୍କ ପାଇଁ ମଧ୍ୟ ଯୁଗ୍ମ ଅଯୁଗ୍ମ ଗାଇଡ୍‌ଲାଇନ୍‌ ପ୍ରଯୁଜ୍ୟ ହେବ ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିଛନ୍ତି ଯେ ୫୦% କର୍ମଚାରୀଙ୍କୁ ନେଇ ଘରୋଇ ଅଫିସ ସବୁ କାର୍ଯ୍ୟ କରିବା ପାଇଁ ଅନୁମତି ପାଇବେ । ସରକାରୀ ଅଫିସ୍‌ ସବୁ ୧୦୦% ‘ଗ୍ରୁପ୍‌ ଏ’ ଏବଂ ୫୦ଧ ‘ଗ୍ରୁପ୍- ବି ’ କର୍ମଚାରୀମାନଙ୍କୁ ନେଇ କାର୍ଯ୍ୟ କରିବ । ସାମର୍ଥ୍ୟର ୫୦% ଯାତ୍ରୀଙ୍କୁ ନେଇ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ କରାଯାଇ ପାରିବ ବୋଲି ସେସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କୋଭିଡ୍‌-୧୯ ତୃତୀୟ ପ୍ରବାହ ମୁକାବିଲା ନିମନ୍ତେ ୪୨୦ ଟନ୍‌ ଅମ୍ଳଜାନ ଷ୍ଟୋରେଜ୍‌ କାପାସିଟି ପ୍ରସ୍ତୁତ ହେଉଛି ।

Get real time updates directly on you device, subscribe now.