fbpx

ପ୍ରଫେସର ପଠାଉଥିଲେ ଅଶ୍ଲୀଳ ମେସେଜ୍: ସୋସିଆଲ୍ ମିଡ଼ିଆରେ ପୋଲ୍ ଖୋଲିଲେ ଅଭିନେତ୍ରୀ

ମୁମ୍ବାଇ, ୧୬ା୫: ମନୋରଞ୍ଜନ ଦୁନିଆର ସହିତ ଜଡ଼ିତ ଥିବା ଯୁବତୀମାନଙ୍କ ଡ୍ରେସ୍, ଶାରୀରିକ ଗଠନ ଓ ଲୁକସକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଟ୍ରୋଲ କରାଯାଇଥାଏ । ମାତ୍ର ଜଣେ ପ୍ରଫେସରଙ୍କ କାରନାମା ସୋସିଆଲ ମିଡ଼ିଆରେ ସୀମା ଟପିଛି । ପ୍ରଫେସର ଜଣକ ଜଣେ ଅଭିନେତ୍ରୀଙ୍କୁ ଅଶ୍ଲୀଳ ମେସେଜ୍ ପଠାଇ ହଇରାଣ କରୁଥିଲେ । ଶେଷରେ ଅଭିନେତ୍ରୀ ଜଣକ ମେସେଜର ସ୍କ୍ରିନ ସଟ୍ ସୋସିଆଲ ମିଡ଼ିଆରେ ସେୟାର କରି ମଦୁରାଇର ଜଣେ ପ୍ରଫେସରଙ୍କ ଉଚିତ ଶିକ୍ଷା ଦେଇଛନ୍ତି । ଏହିଭଳି ଘଟଣା ଘଟିଛି ଅଭିନେତ୍ରୀ ତଥା ଗାୟିକା ସୌନ୍ଦର୍ଯ୍ୟା ବାଳା ନନ୍ଦକୁମାରଙ୍କ ସହ ।

ଏହି ଘଟଣା ପରେ ସୌନ୍ଦର୍ଯ୍ୟା ଉକ୍ତ ପ୍ରଫେସରଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ କରିଦେଇଥିଲେ । ସୌନ୍ଦର୍ଯ୍ୟା ଲେଖିଥିଲେ ଯେ, ‘ଜଣେ ପ୍ରଫେସର ହୋଇ ଜଣେ ମହିଳାଙ୍କୁ ଏଭଳି ଅଭଦ୍ର ଟିପ୍ପଣୀ ଦେବା ଲଜ୍ଜାଜନକ । ପ୍ରଫେସର ଜଣକ ପାଠ ପଢ଼ାଉଥିବା କଲେଜରେ ଝିଅମାନେ ମଧ୍ୟ ନିଜକୁ ସୁରକ୍ଷିତ ମଣୁନଥିବେ ।’ ସୌନ୍ଦର୍ଯ୍ୟାଙ୍କ ପଦକ୍ଷେପକୁ ଅଧିକାଂଶ ଲୋକ ପ୍ରଶଂସା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.