fbpx

କୁଲରରେ ପାଣି ଭର୍ତ୍ତି କରିବା ନେଇ ସରକାରଙ୍କ କଟକଣା , ଜାଣନ୍ତୁ କାରଣ

ଫିରୋଜାବାଦ: ଉତ୍ତରପ୍ରଦେଶରେ କରୋନାର ଲହର କମିଛି ସତ, କିନ୍ତୁ ଡେଙ୍ଗୁ-ମ୍ୟାଲେରିଆ ମାମଲା ବଢ଼ିବାରେ ଲାଗିଛି । ବର୍ଷା ଯୋଗୁଁ ଅନେକ ଜାଗାରେ ପାଣିର ନିଷ୍କାସନ ହୋଇପାରୁନଥିବା କାରଣରୁ ଅପରିଷ୍କାର ପାଣି ଜମା ହୋଇ ରହୁଛି । ଏଭଳି ପରିସ୍ଥିତି ବି ସରକାର ପାଇଁ ବଡ଼ ଚ୍ୟାଲେଞ୍ଚ ଭଳି ହୋଇଛି । ଏହାରି ମଧ୍ୟରେ ଫିରୋଜବାଦରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଦ୍ୱାରା ଏକ ସର୍ଭେ ହୋଇଛି ।

ଲଖନଉରୁ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ଟିମର ସଦସ୍ୟ ସୁଦେଶ କୁମାର କହିଛନ୍ତି ଯେ, ‘ ଆସନ୍ତା ୧ ମାସ ପର୍ଯ୍ୟନ୍ତ କୁଲରରେ ପାଣି ରଖିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଜିଲ୍ଲା ଅଧିକାରୀ ଆଦେଶ ଦେଇଛନ୍ତି । କାହିଁକି ନା ଡେଙ୍ଗୁ, ମ୍ୟାଲେରିଆର ମଶା ପାଣିରେ ପ୍ରଜନନ କରୁଛନ୍ତି । ସେମାନେ ବହୁତ କମ୍ ପାଣିରେ ବି ପ୍ରଜନନ କରିପାରିବେ । ଅଧିକାଂଶ ଅଞ୍ଚଳରେ ଏହା ଦେଖାଯାଇଛି ଯେ, କୁଲର କିମ୍ବା ପୁରୁଣା ପାତ୍ରରେ ମଇଳା ପାଣି ଜମା ହୋଇ ରହୁଛି । ଏହି କାରଣରୁ କୁଲରରେ ପାଣି ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.