fbpx

ତ୍ୱଚା ପାଇଁ ପୁଦିନାପତ୍ର କେତେ ଉପଯୋଗୀ, ଆସନ୍ତୁ ଜାଣିବା

କାମ ସହିତ ତ୍ୱଚାର ଯତ୍ନ ନେବା ନିହାତି ଆବଶ୍ୟକ । କାରଣ ଏହା ଆମ ଆକର୍ଷଣ ବଢାଇଥାଏ। ମାତ୍ର ବର୍ତ୍ତମାନ କର୍ମ ବ୍ୟସ୍ତତା ଓ ସମୟର ଅଭାବ ହେତୁ ସଭିଏଁ ମୁହଁର ଠିକ ଭାବେ ଯତ୍ନ ନେଇପାରି ନଥାଆନ୍ତି। ଏହାସହ ଦାଗ, ବ୍ରଣ ସଭିଁଙ୍କ ପାଇଁ ମଧ୍ୟ ବିରାଟ ସମସ୍ୟା ପାଲଟିଛି। ନିଜ ପାଇଁ ସ୍ୱଳ୍ପ ସମୟ ଦେଇ ଆପଣ ସାଧାରଣ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଜାଣନ୍ତୁ ତାହା କ’ଣ….

ପୁଦିନା ପତ୍ରରେ ଭିଟାମିନ ସି ଓ ଆଇରନ ରହିଛି। ଏହାକୁ ମୁହଁରେ ଲଗାଇବା ଦ୍ୱାରା ଏହା ମୁହଁର କଳାଦାଗ ଦୂର କରିବା ସହ ମୁହଁ ପାଇଁ କ୍ଷତିକାରକ ହୋଇନଥାଏ। ତେଣୁ ପୁଦିନା ପତ୍ରର ପେଷ୍ଟ ପ୍ରସ୍ତୁତ କରି ଏହାକୁ ମୁହଁରେ ଲଗାନ୍ତୁ।

ପୁଦିନା ପତ୍ରରେ ଆଣ୍ଟି ଫଙ୍ଗଲ ଓ ଆଣ୍ଟି ବ୍ୟାକ୍ଟେରିଅଲ ଗୁଣ ରହିଛି। ତେଣୁ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁରୁ ସମସ୍ତ କ୍ଷତିକାରକ ପଦାର୍ଥ ବାହାର କରିଦେଇଥାଏ। ଫଳରେ ମୁହଁର ସୁନ୍ଦରତା ବଜାୟ ରହିଥାଏ।

ମୁହଁରେ କୌଣସି ପ୍ରକାରର ଦାଗ ହୋଇଥିଲେ କିମ୍ବା କୁଣ୍ଡାଇ ହେଲେ ପୁଦିନା ପତ୍ର ଏହି ସମସ୍ୟା ଦୂର କରିଥାଏ।

ପୁଦିନାପତ୍ରରେ ଆଣ୍ଟିସେଫଟିକ ଗୁଣ ରହିଛି। ଯାହା ଫଳରେ ଏହା ମୁହଁର ମୃତକୋଷିକା ଗୁଡ଼ିକୁ ଦୂର କରିଥାଏ। ଫଳରେ ମୁହଁର ଚମକ ବଢିଥାଏ।

Get real time updates directly on you device, subscribe now.