fbpx

ପୂଜା ଛୁଟି ଘୋଷଣା କଲେ ରାଜ୍ୟ ସରକାର, ଆସନ୍ତାକାଲିଠୁ ଏହି ତାରିଖ ପର୍ଯ୍ୟନ୍ତ ବନ୍ଦ ରହି ସ୍କୁଲ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଚଳିତ ମାସ ୧୦ ତାରିଖ ଠାରୁ ସ୍କୁଲରେ ଦଶହରା ଛୁଟି ଆରମ୍ଭ ହେବ ଓ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ସୂଚନା ଅନୁଯାୟୀ ଆସନ୍ତା ଦଶହରା ଏବଂ କୁମାର ପୂର୍ଣ୍ଣିମା ପାଇଁ ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଅକ୍ଟୋବର ୨୧ ତାରିଖରୁ ପୁନର୍ବାର ପୂର୍ବ ନିର୍ଦ୍ଧାରିତ ସମୟସାରଣୀ ଏବଂ କୋଭିଡ୍‌-୧୯ ମହାମାରୀ ପାଇଁ ଅନୁସୃତ କଟକଣା ଅନୁପାଳନପୂର୍ବକ ଖୋଲିବ । ଏହି ମର୍ମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଜଣାଇ ଦେବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.