fbpx

ସାଉଥ୍ ହିରୋଇନ୍ ପୁଜା ହେଗଡେ କରୋନା ପଜିଟିଭ୍

ମୁମ୍ବାଇ, ୨୬ା୪ (ଓଡିଶା ଭାସ୍କର) : କରୋନାର ଦ୍ୱିତୀୟ ଲହରରେ ଅନେକ ସେଲିବ୍ରିଟି ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛନ୍ତି ସାଉଥ୍ ଅଭିନେତ୍ରୀ ପୁଜା ହେଗଡେ । ପୁଜାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ରେ ସୁଚନା ଦେଇଚନ୍ତି । ପଜିଟିଭ୍ ଆସିବା ପରେ ସେ ଏବେ ହୋମ୍ କ୍ୱାରେନଣ୍ଟାଇନ୍ ରେ ଅଛନ୍ତି ।

ସେ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ମୋର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ମୁଁ ସବୁ ଗାଇଡଲାଇନ୍ କୁ ଅନୁସରଣ କରି ନିଜକୁ ଆଇସୋଲେଟ୍ କରିଛି । ତେଣୁ ମୋ ସମ୍ପର୍କରେ ଯେଉଁ ମାନେ ଆସିଛ ମୁଁ ଅନୁରୋଧ କରୁଛି ଯେ, ସେମାନେ ଯାଇ କୋଭିଡ୍ ଟେଷ୍ଟ କରିନିଅ । ତେବେ ପୁଜା ନିକଟରେ ହାଇଦ୍ରାବାଦ୍ ରେ ରାମଚରଣଙ୍କ ସହ ଏକ ଗୀତର ସୁଟିଂ କରିଥିଲେ । ଯାହାପରେ ସେ ପ୍ରଭାସଙ୍କ ସହ “ରାଧେଶ୍ୟାମ” ଫିଲ୍ମର ସୁଟିଂ କରିଥାନ୍ତେ । ହେଲେ କରୋନା ପାଇଁ ବର୍ତ୍ତମାନ ସବିୁ ସୁଟିଂକୁ ରୋକି ଦିଆଯାଇଛି ।

Get real time updates directly on you device, subscribe now.