fbpx

ପୂଜାଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍ ଘରେ ନକାରାତ୍ମକତା ବୃଦ୍ଧି ପାଇବା ସହ ବଢ଼ିବ ଅସୁବିଧା

ପୂଜାପାଠ ପାଇଁ ସମସ୍ତଙ୍କ ଘରେ ସ୍ୱତନ୍ତ୍ର ପୂଜାଘର ରହିଥାଏ  । ବିଶ୍ୱାସ କରାଯାଏ ଯେ ପ୍ରତିଦିନ ପୂଜା କରିବା ଦ୍ୱାରା ଗୃହକୁ ସକରାତ୍ମକ ଶକ୍ତି ଆସିବା ସହିତ ପ୍ରଗତିର ପଥ ଖୋଲିଥାଏ  । କିନ୍ତୁ ପୂଜାସ୍ଥଳିରେ କିଛି ଜିନିଷ ରଖିବା ଏବଂ ପୂଜା ସମୟରେ କିଛି ଭୁଲ୍‌ କରିବା ଠାରୁ ଦୂରେଇ ରହିବା ଉଚିତ୍‌ । ଏହାଦ୍ୱାରା ଘରେ ନକାରାତ୍ମକତା ବୃଦ୍ଧି ସହିତ ଅସୁବିଧା ବଢିଥାଏ  । ଏଥି ସହିତ ପ୍ରଗତିର ପଥରେ ମଧ୍ୟ ବାଧା ଉପୁଜିଥାଏ  । ତେଣୁ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଜିନିଷଗୁଡ଼ିକୁ ତୁରନ୍ତ ମନ୍ଦିରରୁ ବାହାର କରିବା ଭଲ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ …

 

ପୂଜାଘରେ ଭୁଲରେ ବି ଭାଙ୍ଗିଯାଇଥିବା ମୂର୍ତ୍ତି ଏବଂ ଚିରା ଧାର୍ମିକ ପୁସ୍ତକ ଗୁଡ଼ିକୁ ରଖିବା ଉଚିତ୍‌ ନୁହେଁ । ଯଦି ଏପରି କିଛି ଜିନିଷ ଥାଏ ତେବେ ତୁରନ୍ତ ସେଗୁଡ଼ିକୁ ପାଣିରେ ପ୍ରବାହିତ କରନ୍ତୁ  ।

ଶିବ ଲିଙ୍ଗ: ଯଦି ଆପଣ ଘରେ ଶିବ ଲିଙ୍ଗ ସ୍ଥାପନ କରିବାକୁ ଚାହୁଁଛନ୍ତି, ତେବେ ମନେରଖନ୍ତୁ ଯେ ଏହା ଆଙ୍ଗୁଠିର ଆକାରଠାରୁ ବଡ ହେବା ଉଚିତ୍‌ ନୁହେଁ  ।

୨ଟି ଶଙ୍ଖ:- ପୂଜାଘରେ ଶଙ୍ଖ ରଖିବା ଏବଂ ବଜାଇବା ଶୁଭ ହୋଇଥାଏ  । ଏହା ଘରେ ସକରାତ୍ମକ ଆଣିବା ସହିତ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ  । କିନ୍ତୁ ଏହାକୁ ସର୍ବଦା ଗୋଟିଏ ରଖିବା ଉଚିତ୍‌  । ଗୋଟିଏରୁ ଅଧିକ ରହିବା ଅଶୁଭ ବୋଲି ବିବେଚନା କରାଯାଏ  । ଏଥି ସହିତ, ଭଗବାନ ଗଣପତିଙ୍କ ୨ରୁ ଅଧିକ ପ୍ରତିମା ରଖିବାରୁ ଦୁରେଇ ରହିବା ଉଚିତ୍‌  ।

ରଖନ୍ତୁ ନାହିଁ ଏହି ଜିନିଷ :–  ଜ୍ୟୋତିଷ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ, ମନ୍ଦିରରେ କୌଣସି ଭାରୀ ଜିନିଷ ରଖିବା ଉଚିତ୍‌ ନୁହେଁ  । ଏହା ଘରେ ନକାରାତ୍ମକ ଶକ୍ତି ସୃଷ୍ଟି କରେ  । ଆହୁରି ମଧ୍ୟ, ଫୁଲ କିମ୍ବା ଫୁଲମାଳକୁ ଧୋଇ ପ୍ରଭୁଙ୍କୁ ସର୍ବଦା ଅର୍ପଣ କରନ୍ତୁ  ।

Get real time updates directly on you device, subscribe now.