fbpx

ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ ରଥ: ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଲା ସହର

ପୁରୀ(ଓଡ଼ିଶା ଭାସ୍କର): ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଭକ୍ତମାନଙ୍କ ସୁଅ ଛୁଟିଛି ବଡ଼ଦାଣ୍ଡକୁ। ଜନସମୁଦ୍ରରେ ଶରଧାବାଲି ମୁଖରିତ। ତିନିରଥରେ ବିରାଜିତ ଚତୁର୍ଦ୍ଧା ମୁରତି । ସେବକମାନଙ୍କ ଦ୍ୱାରା ଚତୁର୍ଦ୍ଧା ମୁରତି ରଥାରୁଢ ହେବା ପରେ ବଡ଼ଦାଣ୍ଡରେ ଗଡ଼ିଛି ରଥ । ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଘଣ୍ଟଘଣ୍ଟା, ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନିରେ ମୁଖରିତ ହେଉଛି ବଡ଼ଦାଣ୍ଡ । ପ୍ରଥମେ ବଳଭଦ୍ରଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିଛି । ଶ୍ରଦ୍ଧାଳୁମାନେ ଭକ୍ତିର ସହ ତାଳଧ୍ୱଜ ରଥକୁ ଟାଣି ନେଉଥିବାର ଦେଖାଯାଇଛି । କରୋନା ମହାମାରୀ ପାଇଁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଏହି ପବିତ୍ର ଯାତ୍ରା ମହା ଆଡ଼ମ୍ବରରେ ପାଳନ କରାଯାଉଛି।

ଜନ୍ମବେଦୀକୁ ଯାଉଛନ୍ତି ଶ୍ରୀଜିଉ । ଆଗକୁ ଆଗକୁ ମାଡ଼ି ଚାଲିଛି ବଡ଼ଭାଇ ବଳଭଦ୍ରଙ୍କ ରଥ । ରଥ ଆଗକୁ ଗଡ଼ି ଚାଲିଥିବା ବେଳେ ବାଟରେ ରହି ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ବଡ଼ଭାଇଙ୍କ ରଥ ପରେ ମା’ ଶୁଭଦ୍ରାଙ୍କ ରଥ ଗଡ଼ିବ ଏବଂ ଶେଷରେ ଜଗତର ସ୍ୱାମୀ ଜଗନ୍ନାଥଙ୍କର ରଥ ଗଡ଼ିବ ।

Get real time updates directly on you device, subscribe now.