fbpx

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ, ଜାଣନ୍ତୁ କେଉଁ ତାରିଖରେ ହେବ ଭୋଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦେଇଛନ୍ତିି ନିର୍ବାଚନ କମିଶନ । ପୂର୍ବରୁ ଫେବୃଆରୀ ୧୪ ତାରିଖରେ ନିର୍ବାଚନ ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା । ତେବେ ଆଜିର ବୈଠକ ପରେ ନିର୍ବାଚନ କମିଶନ ଏହି ତାରିଖ ଫେବୃଆରୀ ୨୦କୁ ଘୁଞ୍ଚାଇ ଦେଇଛନ୍ତି । ରବିଦାସଙ୍କ ଜୟନ୍ତୀ ଉପଲକ୍ଷେ ନିର୍ବାଚନ ତାରିଖ ଏକ ସପ୍ତାହ ଘୁଞ୍ଚାଇବା ନେଇ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ନିର୍ବାଚନ ତାରିଖ ଘୁଞ୍ଚାଇବା ନେଇ ନିର୍ବାଚନ ଆୟୋଗ ଆଜି ଏକ ବୈଠକ ଡକାଇଥିଲେ । ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଚରନଜିତ ସିଂହ ଚନ୍ନି ସାମିଲ ହୋଇଥିଲେ । ଆସନ୍ତା ଫେବୃଆରୀ ୧୬ ତାରିଖରେ ଗୁରୁ ରବିଦାସଙ୍କ ଜୟନ୍ତୀ ପଡ଼ୁଥିବାରୁ ସମସ୍ତ ପାର୍ଟି ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଅଲଗା ଅଲଗା ପତ୍ର ଲେଖା ଯାଇଥିଲା । ଏପରି ସ୍ଥିତିରେ ଯଦି ରାଜ୍ୟରେ ମତଦାନ ଜାରି ରହେ, ତେବେ ଅନେକ ଭୋଟର ମତଦାନରୁ ବଞ୍ଚିତ ହେବେ ବୋଲି କୁହାଯାଇଥିଲା । ତେବେ ସବୁ ଦୃଷ୍ଟିରୁ ବିଚାର କରିବା ପରେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖକୁ ପରିବର୍ତ୍ତନ କରିବା ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.