fbpx

PNBର କୋଟି କୋଟି ଗ୍ରାହକଙ୍କୁ ବଡ଼ ଝଟକା ! ଡିସେମ୍ବର ୧୨ ରୁ ହେବ ପରିବର୍ତ୍ତନ, କରିପାରିବେନି ଟଙ୍କା କାରବାର

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆକାଉଣ୍ଟ (PNB) ଥିବା ଗ୍ରାହକଙ୍କ ପାଇଁ ଏକ ବଡ ଅପଡେଟ୍ ଆସିଛି । ଡିସେମ୍ବର ୧୨ ପରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ବ୍ୟାଙ୍କ କହିଛି, ଯାହା ପରେ ଦେଶର ଲକ୍ଷାଧିକ ଗ୍ରାହକ ସେମାନଙ୍କ ଆକାଉଣ୍ଟରୁ କାରବାର ସମେତ ଅନେକ ବଡ କାମ କରିପାରିବେ ନାହିଁ । ଯଦି ଏହି ସରକାରୀ ବ୍ୟାଙ୍କରେ ଆପଣଙ୍କର ଏକ ଆକାଉଣ୍ଟ ଅଛି, ତେବେ ବ୍ୟାଙ୍କରେ କ’ଣ କ’ଣ ପରିବର୍ତ୍ତନ ହେବାକୁ ଯାଉଛି ଜାଣନ୍ତୁ …

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟ୍ୱିଟ୍ କରି କହିଛି ଯେ, ସମସ୍ତ ଗ୍ରାହକ ସେମାନଙ୍କର KYC ଅପଡେଟ୍ କରିବା ଉଚିତ୍ । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର KYC ଅପଡେଟ୍ କରିନାହାଁନ୍ତି, ତେବେ ଡିସେମ୍ବର ୧୨ ରୁ ଆପଣ ଆପଣଙ୍କର ଆକାଉଣ୍ଟରୁ କାରବାର କରିପାରିବେ ନାହିଁ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦେଶ ଜାରି କରି ସୂଚନା ଦିଆଯାଇଛି । ବ୍ୟାଙ୍କ କହିଛି ଯେ, ୧୨ ଡିସେମ୍ବର ୨୦୨୨ ସୁଦ୍ଧା ସମସ୍ତ ଗ୍ରାହକ ସେମାନଙ୍କ ଖାତାର KYC ଅପଡେଟ୍ କରିବା ଉଚିତ୍ । ଏଥିପାଇଁ ବ୍ୟାଙ୍କ ଦ୍ୱାରା ମେସେଜ ମଧ୍ୟ ପଠାଯାଉଛି ।

KYC ଅପଡେଟ୍ କରିବାର ପ୍ରୋସେସ ଆପଣ ବ୍ୟାଙ୍କର ବ୍ରାଞ୍ଚକୁ ଯାଇ ମଧ୍ୟ କରିପାରିବେ । KYC ଅପଡେଟ୍ କରିବାକୁ ଆପଣଙ୍କୁ ଇ-ସାର୍ଟିଫିକେଟ୍, ପାନ୍, ଆଧାର ନମ୍ବର ଏବଂ ମୋବାଇଲ୍ ନମ୍ବର ଦେବାକୁ ପଡିବ ।

ଏହା ସହିତ ବ୍ୟାଙ୍କ କହିଛି ଯେ, KYC ଅପଡେଟ୍ ପାଇଁ ବ୍ୟାଙ୍କ ପକ୍ଷରୁ କୌଣସି ଗ୍ରାହକଙ୍କୁ ଫୋନ କରାଯାଏ ନାହିଁ । ତେଣୁ କୌଣସି ପ୍ରକାରର ଜାଲରେ ପଡ଼ନ୍ତୁ ନାହିଁ । ଏହା ବ୍ୟତୀତ ବ୍ୟାଙ୍କ କହିଛି ଯେ, ଯଦି ଆପଣଙ୍କର କୌଣସି ପ୍ରକାରର ସମସ୍ୟା ଅଛି, ତେବେ ଆପଣ ବ୍ୟାଙ୍କର ଗ୍ରାହକ କଷ୍ଟମର କେୟାର ନମ୍ବର ସହିତ ଯୋଗାଯୋଗ କରିପାରିବେ । ଆପଣ ଏହି ନମ୍ବରଗୁଡିକ ୧୮୦୦ ୧୮୦ ୨୨୨୨, ୧୮୦୦ ୧୦୩ ୨୨୨୨ ଏବଂ ୦୧୨୦-୨୪୯୦୦୦୦ କୁ ନିଜ ଫୋନରେ ସେଭ୍ କରନ୍ତୁ ।

Get real time updates directly on you device, subscribe now.