fbpx

ଆଜି ପୁଟିନ୍‌- ଜେଲେନ୍‌ସ୍କି ଆଲୋଚନା ! ବନ୍ଦ ହେବ କି ଯୁଦ୍ଧ ?

କିଭ୍‌ : ଆଗାମୀ ୨୪ଘଣ୍ଟା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍‌ ଓ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ମଧ୍ୟରେ ଆଲୋଚନା। ବଦଳି ପାଇରେ ଯୁଦ୍ଧର ସ୍ଥିତି। ସମସ୍ତ ନଜର ଏହି ଆଲୋଚନା ଉପରେ ରହିଛି। ଦୁଇ ରାଷ୍ଟ୍ରପତିଙ୍କ ବିଷୟରେ କଣ ଆଲୋଚନା ହେବ ତା ଦେଖିବାକୁ ବାକି ରହିଲା।

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ମହାଯୁଦ୍ଧରେ ୟୁକ୍ରେନ୍‌ର ବହୁ ସହର ଏବେ ଧ୍ୱସ୍ତବିଧ୍ୱସ୍ତରେ ପରିଣତ ହୋଇଗଲାଣି । ଦୀର୍ଘ ୨ମାସରୁ ଅଧିକ ଏହି ଯୁଦ୍ଧରେ ହଜାର ହଜାର ସୈନିକ ମୃତ୍ୟୁବରଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ର ଖାରକିଭ୍‌ ଉପରେ ରୁଷ ୫୬ଟି ବଡ଼ ଆକ୍ରମଣ କରିଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ ତାଙ୍କର ଯବାନମାନେ ଖାରକିଭ୍‌ରେ ଗୋଟିଏ ଏସ୍‌ୟୁ-୨୫ ବିମାନ, ୩ଟି ଏମ୍‌ଆଇ-୮ ହେଲିକପ୍ଟରକୁ ନଷ୍ଟ କରିଦେଇଛନ୍ତି । ସେହିପରି ୟୁକ୍ରେନ୍‌ ବି ଦାବି କରିଛି ଯେ ସେମାନେ ରୁଷର ୮୫୪ଟି ଟ୍ୟାଙ୍କକୁ ଏ ପର୍ଯ୍ୟନ୍ତ ନଷ୍ଟ କରିଦେଇଛନ୍ତି । ରୁଷ ଲଗାତାର ଷ୍ଟିଲ୍‌ କାରଖାନା ଉପରେ ବୋମାବର୍ଷଣ ଜାରି ରଖିଛି । ତେବେ ଏହାରି ମଧ୍ୟରେ ତୁର୍କୀ ବଡ଼ ବୟାନ ଦେଇଛି । ତୁର୍କୀ ରାଷ୍ଟ୍ରପତି ତେୟେପ ଏଦର୍ଗନ୍‌ କହିଛି କି ଆଗାମୀ ୪୮ଘଣ୍ଟା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍‌ ଓ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ସାକ୍ଷାତ କରିପାରନ୍ତି । ଆମେ ଆଶା କରୁଛୁ ସେମାନଙ୍କ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ହେଉ ଓ ଯୁଦ୍ଧ ଉପରେ ବିରାମ ଲାଗୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.