fbpx

ପୁଟିନ ଅସ୍ତ୍ରଶସ୍ତ୍ର କାରବାର ପାଇଁ ଏପରି ଚୁକ୍ତି କରିଥିଲେ ବାଇଡେନଙ୍କ ସହ, ଯାହାକୁ ବଡ ବଡ ଲୋକେ ବୁଝି ପାରିନଥିଲେ

ମସ୍କୋ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ୱାଶିଂଟନ ଏବଂ ମସ୍କୋ ଭିତରେ ଅନ୍ଦୋଳନ ଦେଖାଦେଇଛି । ଏହି ଦୁଇ ଦେଶ ମଧ୍ୟରେ ପ୍ରତିବନ୍ଧ ହେବା ଭିତରେ ଆମେରିକା ଏବଂ ରୁଷ ଅଫିସର ଜଣେ ଅନ୍ୟ ଜଣକୁ ବଡ଼ ସମ୍ମାନ ଦେବା ଏବଂ ସୌଜନ୍ୟ ସଭା ଦେଖି ଦୁନିଆର ଲୋକେ ରାଜନୈତିକ ଏବଂ କୂଟନୀତି ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ।

କୂଟନୀତି କ୍ଷେତ୍ରରେ ଅସମ୍ଭବ ଜିନିଷ ସମ୍ଭବ ହୋଇଯାଏ । ଏହି ସମୟରେ ଯେତେବେଳେ କଏଦୀ ମାନଙ୍କୁ ଅଦଳବଦଳ କରାଯାଇଥିଲା, ଏହି ସରଳ କଥା ବିଶ୍ୱ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବାସ୍ତବରେ ଅବୁଧାବି ବିମାନ ବନ୍ଦରରେ ଆମେରିକୀୟ ବାସ୍କେଟ ବଲ ଖେଳାଳି ବ୍ରିଟେନ ଗ୍ରାଇନର ଏବଂ ରୁଷିଆର ନାଗରିକ ବିକ୍ଟର ଭାଉଟଙ୍କୁ ମଧ୍ୟରେ କଏଦୀ ଆଦାନ ପ୍ରଦାନ ହୋଇଥିଲା । ଏପରି ଘୋଷଣା ରୁଷର ବିଦେଶ ମନ୍ତ୍ରଣାଳୟ କରିଥିଲେ । ଗୁରୁବାର ଦିନ ଟିଭିର ଏକ ବୟାନରେ ଏକ୍ସଚେଞ୍ଜ ପୋଗ୍ରାମ ପାଇଁ ଏହି ଘଟଣାକ୍ରମ ସମ୍ଭବ ହୋଇ ପାରିଥିଲା । କଏଦୀ ବିନିମୟରେ ଗ୍ରିନରଙ୍କୁ ମୁକ୍ତି କରାଯାଇଛି । ଏଥି ସହିତ ଆମାରିକାରେ, ରୁଷର ବଡ ଅସ୍ତ୍ର ବିକ୍ରେତାଙ୍କୁ ସ୍ଥାନାନ୍ତର କରାଯାଇଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ କହିଛନ୍ତି ଯେ, ରୁଷିଆ ସହିତ କଏଦୀ ଅଦଳବଦଳ ପରେ ଡବ୍ଲ୍ୟୁଏନବିଏ ତାରକା ବ୍ରିଟନି ଗ୍ରିନେର ସୁରକ୍ଷିତ ଏବଂ ଆମେରିକାର ଅଧିନରେ ଅଛନ୍ତି, ସେ ଘରକୁ ଫେରିଛନ୍ତି । ହ୍ୱାଇଟ ହାଉସରେ ବାଇଡେନ କହିଛନ୍ତି ଯେ, ଗତ କିଛି ମାସ ଧରି ବ୍ରିଟିନଙ୍କ ଜୀବନ ନର୍କ ଭଳି ଥିଲା, କିନ୍ତୁ ତାହା ବର୍ତ୍ତମାନ ଠିକ ହୋଇଯାଇଛି ।

ସୂଚନା ଅନୁସାରେ, ଗ୍ରାଇନର ଫେବୃଆରୀ ୨୦୨୨ ମସିହାରେ ନ୍ୟୁୟର୍କରୁ ମସ୍କୋ ବିମାନ ବନ୍ଦରରେ ପହଁଚିବା ପରେ ଗ୍ରୀନରଙ୍କୁ ଅଟକା ଯାଇଥିଲା । ଏବଂ ଅଗଷ୍ଟ ମାସରେ ଡ୍ରଗ୍ସ କାରବାର ଅଭିଯୋଗରେ ତାଙ୍କୁ ନଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ତାଙ୍କ ବ୍ୟାଗରୁ କଏନ ତେଲ ଭଳି ଡାର୍ଟ ମିଳିବା ପରେ ତାଙ୍କୁ ୧ମିଲିୟନ ଡଲାର ଜୋରିମନା ଦେବାକୁ ପଡ଼ିଥିଲା ।

 

Get real time updates directly on you device, subscribe now.