କଣ ସତରେ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ଯବହାର କରିବ ରୁଷିଆ; ଟ୍ରମ୍ପଙ୍କ କଥା ଶୁଣି UK ଛାନିଆ, ଆଗୁଆ ରେଡି଼ କଲାଣି ମିସାଇଲ୍…

ରୁଷିଆକୁ ମାତ ଦେବା ପାଇଁ UKର ପ୍ଲାନ...

ଓଡିଶା ଭାସ୍କର:ଟ୍ରମ୍ପଙ୍କ କଥା ଶୁଣି ଛାନିଆ ହେଲାଣି UK। ରୁଷିଆ ପରମାଣୁ ପରୀକ୍ଷଣ କରୁଥିବା କଥା ଶୁଣି ଭୟରେ ଜଗାଇଲାଣି ସୈନ୍ଯ।

ଆରମ୍ଭରୁ ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ କିଛି ଦେଶ ରୁଷିଆକୁ ସମର୍ଥନ କରୁଥିବା ବେଳେ ଅନେକ ଦେଶ ୟୁକ୍ରେନକୁ ସମର୍ଥନ ପ୍ରଦାନ କରୁଥିଲେ।

ଏପରିକି ଯୁଦ୍ଧ ଆରମ୍ଭରୁ ରୁଷିଆ ଆଗରେ ବେଶି ଦିନ ଯାଏଁ ୟୁକ୍ରେନ ଲଢି ପାରିବ ନାହିଁ ବୋଲି କୁହାଯାଉଥିଲା। କାରଣ ରୁଷିଆ ପାଖରେ ଉଭୟ ସୈନ୍ଯ ଓ ଶସ୍ତ୍ର ବଳ ଅଧିକ ରହିଛି।

ରୁଷିଆ ପାଖରେ ରହିଥିବା ମିସାଇଲ ମାଡରେ ୟୁକ୍ରେନ ପୁରା ଧ୍ବଂସ ହୋଇଯିବ ଆଉ ଗୋଟିଏ ମାସ ମଧ୍ୟରେ ପୁରା ଯୁଦ୍ଧ ବନ୍ଦ ହୋଇଯିବ ବୋଲି କୁହାଯାଉଥିଲା। ମାତ୍ର ସେପରି କିଛି ହୋଇନାହିଁ ଦୀର୍ଘ 4 ବର୍ଷ ହେବ ଦୁଇ ଦେଶ ମଧ୍ୟରେ ଭୟଙ୍କର ଲଢେଇ ଚାଲିଛି।

ଥରେ ଭାବନ୍ତୁ ଯେଉଁ ୟୁକ୍ରେନ ପାଖରେ କମ ସଂଖ୍ଯକ ସୈନ୍ଯ ଓ ଯୁଦ୍ଧାସ୍ତ୍ର ରହିଛି ଏହା ଲଢୁଛି କିପରି। ଏହାର ଜବାବ ହେଉଛି ୟୁକ୍ରେନକୁ ଅନେକ ରାଷ୍ଟ୍ର ଉଭୟ ସାମରିକ ଓ ସୈନ୍ଯ ବଳ ଯୋଗାଉଛନ୍ତି।

ଯେଉଁଥି ପାଇଁ ଏହା ଏତେ ସମୟ ଧରି ରୁଷିଆ ଭଳି ଏକ ଶକ୍ତିଶାଳୀ ରାଷ୍ଚ୍ର ସହ ଲଢିପାରିଛି। ତେବେ ନିଶ୍ଚନ୍ତ ଭାବେ ୟୁକ୍ରେନକୁ ମଧ୍ୟ ମାନିବାକୁ ପଡ଼ିବ।

ଅନ୍ଯପଟେ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭାଷଣ ଖୁବ ଭାଇରାଲ ହେଉଛି। କାରଣ ଏଥିରେ ସେ ପାକିସ୍ତାନ ପରମାଣୁ ଶକ୍ତିର ପରୀକ୍ଷଣ କରୁଥିବା କହିଛନ୍ତି। କେବଳ ସେତିକି ନୁହେଁ ରୁଷିଆ ମଧ୍ୟ ପରମାଣୁ ଶକ୍ତି ପରୀକ୍ଷଣ କରୁଥିବା ସେ ଏଥିରେ ଖୁଲାସା କରିିଥିଲେ।

ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାକୁ ନାଁ ନେଉ ନଥିବା ବେଳେ ଏହି ପରିସ୍ଥିତିରେ ଯଦି ୟୁକ୍ରେନ ଉପରେ ପରମାଣୁ ବୋମା ପକାଯାଏ ତେବେ ଏହି ଦେଶ ପୁରା ନିପାତ ହୋଇଯିବ । କେବଳ ସେତିକି ନୁହେଁ ସାଧାରଣ ଜନତା ମଧ୍ୟ ଏହାର ଶିକାର ହେବେ। ଅନେକ ରାଷ୍ଟ୍ର ଏହାର କୁପରିଣାମ ଭୋଗିବେ।

ଏଣୁ ଏହା ଆଗରୁ ୟୁକ୍ରେନକୁ ସହଯୋଗ କରୁଥିବା UK , ୟୁକ୍ରେନ ଦେଶକୁ ଆହୁରୀ କ୍ରୁଜ ମିସାଇଲ ପଠାଇଛି। ଫଳରେ ଯଦି ରୁଷିଆ ପୁଣି ଭୟାନକ ଆକ୍ରମଣ କରେ ତେବେ ୟୁକ୍ରେନ ମଧ୍ୟ ଏହାର ଉଚିତ ଜବାବ ଦେଇପାରିବ ବୋଲି।

ଟ୍ରମ୍ପଙ୍କ କଥା ଶୁଣିବା ପରେ UK ଏହି ପଦକ୍ଷେପ ନେଇଥିଲା। ଏପରିକି ୟୁକ୍ରେନକୁ ଯଥାସମ୍ଭବ ସାହାର୍ଯ୍ଯ କରିବ ବୋଲି କହିଛି।