fbpx

ସେମିଫାଇନାଲ୍ ରେ ପିଭି ସିନ୍ଧୁ, ବ୍ୟାଡମିଣ୍ଟନ୍ ମହିଳା ସିଙ୍ଗଲ୍ ରେ କଲେ କମାଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଜାପାନର ୟାମା ଗୁଚିଙ୍କୁ ହରାଇଲେ ପିଭି ସିନ୍ଧୁ । ସିଧାସଳଖ ୨ ସେଟ୍ରେ ପରାସ୍ତ କରି କ୍ୱାର୍ଟରରୁ ସେମିରେ ପ୍ରବେଶ କରିଛନ୍ତି ବ୍ୟାଡମିଣ୍ଟନ ତାରକା ସିନ୍ଧୁ । ଏହାରି ଫଳରେ ଆଉ ଏକ ପଦକ ପାଇଁ ଦାବିଦାର ହୋଇପାରିଛି ଭାରତ ।

ଟୋକିଓ ଅଲିମ୍ପିକ୍ରେ ବ୍ୟାଡମିଣ୍ଟନ୍ରେ ସିନ୍ଧୁ କମାଲ୍ କରିଛନ୍ତି । ଫଳରେ ଆଉ ଏକ ପଦକ ଆଶା ନିଶ୍ଚିତ ହୋଇଯାଇଛି । ସିନ୍ଧୁଙ୍କ ଦମଦାର ପ୍ରଦର୍ଶନ ଫଳରେ ୨୧-୧୩ ଏବଂ ୨୨-୨୦ରେ ୟାମା ପରାଜିତ ହୋଇଛନ୍ତି । ଫଳରେ କ୍ରୀଡ଼ା ମହଲରେ ଆନନ୍ଦ ଖେଳି ଯାଇଛି । ସେହିପରି ତାଙ୍କର ସଫଳ କାମନା କରି ଦେଶର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।

Get real time updates directly on you device, subscribe now.