fbpx

ଚାକିରିରୁ ଛଟେଇ ଚାଲିଥିବା ବେଳେ ଆସିଲା ଖୁସିଖବର: ଭାରତରେ ୩୦,୦୦୦ ଲୋକଙ୍କୁ Jobs ଦେବ PWC India

ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ୩୦,୦୦୦ ରୁ ଅଧିକ ବେକାର ଲୋକଙ୍କୁ ଚାକିରି ଦେବାକୁ ପିଡବ୍ଲୁସି ଇଣ୍ଡିଆ ନିଷ୍ପତ୍ତି ନେଇଛି । PWC India ୩୦,୦୦୦ ନୂଆ ଚାକିରି ଯୋଡିବାକୁ ଯୋଜନା ଘୋଷଣା କରିଛି ଏବଂ ୨୦୨୮ ସୁଦ୍ଧା କର୍ମଜୀବୀ ୮୦,୦୦୦ ରୁ ଅଧିକ ହେବ ବୋଲି ଆଶା କରାଯାଉଛି ।

PWC India ଓ PWC US ମଧ୍ୟରେ ଭାରତରେ ଏକ ନୂଆ ବିଶ୍ୱସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା ଏବଂ ଏବେ ଥିବା ଲୋକଙ୍କ ବୃଦ୍ଧି କରିବା ପାଇଁ ଏକ ସଂଯୁକ୍ତ ଉଦ୍ୟେଗ ପ୍ରତିଷ୍ଠା କରାଯିବ । ଯାହା କମ୍ପାନୀର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ସେବା ଗୁଣରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ । ଏହି ସଂସ୍ଥା ବର୍ତ୍ତମାନ ଭାରତରେ ଏହାର ଅଭ୍ୟାସ ଏବଂ ବିଶ୍ୱସ୍ତରୀୟ ବିତରଣ କେନ୍ଦ୍ର ମଧ୍ୟରେ ୫୦,୦୦୦ ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିଛି ।

ଏସମ୍ପର୍କରେ PWC USର ସିନିୟର ପାର୍ଟନର ଟିମ ରିୟାନ କହିଛନ୍ତିଯେ, PWC India ଓ PWC US ମଧ୍ୟରେ ଏହି ସହଭାଗୀତା ଦ୍ୱାରା ଆମେ କ୍ଲାଏଂଟମାନଙ୍କୁ ଗୁଣାତ୍ମକ ସେବା ଯୋଗାଇ ପାରିବୁ । ଏହା ଆମର ବ୍ୟବସାୟିକ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିପାରିବ । ଏତଦବ୍ୟତୀତ ଆମ ଲୋକମାନଙ୍କର ବୈଷୟିକ ଜ୍ଞାନକୌଶଳର ବିକାଶ ପାଇଁ ଏହା ଏକ ସୁଯୋଗ ସୃଷ୍ଟି କରିପାରିବ ।

୨୦୨୨ରେ PWC India ଭୁବନେଶ୍ୱର, ଜୟପୁର ଓ ନୋଇଡ଼ାରେ ତିନୋଟି କାର୍ଯ୍ୟାଳୟ ଆରମ୍ଭ କରିଛି । ଆଗାମୀ ଦିନରେ ଏହା ଅଧିଗ୍ରହଣ ଓ ନିବେଶ ବୃଦ୍ଧି ଉପରେ ବି ଗୁରୁତ୍ୱାରୋପ କରିବାକୁ ଯୋଜନା ରଖିଛି । ୨୦୨୧ରେ କମ୍ପାନୀ ପକ୍ଷରୁ ନିଉ ଇକ୍ୱେସନ ଗ୍ଲୋବାଲ ଷ୍ଟ୍ରାଟେଜୀ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଦେଶର ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବା ପାଇଁ ସଂକଳ୍ପ ନିଆଯାଇଛି । ସେହିପରି ଘରୋଇ ବଜାରର ସାମର୍ଥ୍ୟ ବୃଦ୍ଧି ସହ ସମାଜ ପାଇଁ ନୂଆ ସମ୍ଭାବନା ସୃଷ୍ଟିର ବି ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.