fbpx

କୋଲକାତା ପାଇଁ ବିପଦ ହୋଇଗଲେ କ୍ୱିଣ୍ଟନ ଡିକକ୍: ବନିଲେ ସିଜନର ସର୍ବାଧିକ ବ୍ୟକ୍ତିଗତ ରନ ସ୍କୋରର

ମୁମ୍ବାଇ: ଛକା-ଚୌକାରେ କମ୍ପି ଉଠିଲା ମହାରାଷ୍ଟ୍ରର ଡି ୱାଇ ପାଟିଲ ଷ୍ଟାଡିୟମ । ବିନା ୱିକେଟରେ ୨୦ ଓଭର ଖେଳି ୨୧୦ ରନ ସଂଗ୍ରହ କରି ନେଇଛି ସୁପର ଜିଆଣ୍ଟସ । ୱିକେଟ କିପର କ୍ୱିଣ୍ଟନ ଡିକକ୍ ଏବଂ ଅଧିନାୟକ କେ.ଏଲ ରାହୁଲଙ୍କ ଜବରଦସ୍ତ ପାଳିରେ ଦଳ ଏହି ବିଶାଳ ସ୍କୋର ଛିଡା କରିଛି । ଏହି ମ୍ୟାଚରେ ଧୂଆଁଦାର ସେଞ୍ଚୁରୀ ଲଗାଇଛନ୍ତି କ୍ୱିଣ୍ଟନ ଡିକକ୍ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ରାହୁଲଙ୍କର ସଠିକ ପ୍ରମାଣିତ ହୋଇଛି । କ୍ୱିଣ୍ଟନ ଡିକକ୍ ଏବଂ ତାଙ୍କ ଭାଗିଦାରୀରେ ଦଳ କୋଲକାତା ନାଇଟ ରାଇଡର୍ସ ଆଗରେ ରଖିଛି ୨୧୧ରନର ବିଶାଳ ଲକ୍ଷ୍ୟ । ୨୦୦ ଷ୍ଟ୍ରାଇକ ରେଟରେ ୧୪୦ ରନର ଏକ ମହଙ୍ଗା ପାଳି ଖେଳିଛନ୍ତି କ୍ୱିଣ୍ଟନ ଡିକକ୍ । ୭୦ ବଲରୁ ମୂଲ୍ୟବାନ ୧୪୦ ରନ ଯୋଡିଛନ୍ତି ଏକା କ୍ୱିଣ୍ଟନ । ତେବେ ଏହି ସମୟ ମଧ୍ୟରେ ସେ ୨୦ ଥର ବଲକୁ ବାଉଣ୍ଡ୍ରି ବାହାରକୁ ପଠାଇଛନ୍ତି । ୧୦ ଥର ବଲ ଛକା ହୋଇଥିବା ବେଳେ ୧୦ଟି ଚୌକା ତାଙ୍କ ଖାତାରେ ଯୋଡି ହୋଇଛି । ଏହାସହ ଏହି ସିଜନରେ ସର୍ବାଧିକ ବ୍ୟକ୍ତିଗତ ରନ କରିବାରେ ସେ ସମସ୍ତଙ୍କୁ ପଛରେ ପକାଇଛନ୍ତି । ତାଙ୍କ ପୂର୍ବରୁ ରାଜସ୍ଥାନର ଜୋସ ବଟଲର ୧୧୬ ରନ କରି ଏହି ତାଲିକାର ଶୀର୍ଷରେ ରହିଥିବା ବେଳେ ଡିକକ୍ ତାଙ୍କୁ ଅତିକ୍ରମ କରି ସାରିଛନ୍ତି । ୧୪୦ ରନ ସହ ସେ ଏବେ ଚଳିତ ସିଜନର ସର୍ବାଧିକ ବ୍ୟକ୍ତିଗତ ରନ ସ୍କୋରର ପାଲଟିଛନ୍ତି ।

ଅନ୍ୟ ପକ୍ଷରେ ଅଧିନାୟକ ରାହୁଲ ମଧ୍ୟ କ୍ୱିଣ୍ଟନଙ୍କୁ କୁବ ସହଯୋଗ କରିଛନ୍ତି । ୫୧ ବଲରୁ ୩ ଚୌକା ଏବଂ ୪ ଛକା ସହ ୬୮ ରନର ଏକ ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି ରାହୁଲ । ତେବେ ଆଜି ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଆଗରେ କୋଲକାତାର ସମସ୍ତ ବୋଲର ଫିକା ପଡିଛନ୍ତି । ୬ ଜଣ ବୋଲରଙ୍କୁ ଶ୍ରେୟସ ବ୍ୟବହାର କରିଥିବା ବେଳେ କେହି ବି ୱିକେଟ ନେବାରେ ସଫଳତା ପାଇ ପାରି ନାହାନ୍ତି । ତେବେ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ସବୁଠୁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ୩ ଓଭରରେ ୪୫ ରନ ବ୍ୟୟ କରିଛନ୍ତି ରସେଲ ।

Get real time updates directly on you device, subscribe now.