fbpx

ରାଜଧାନୀରେ ପୁଣି ରାଗିଂ: ମଦ ପିଇବାକୁ ଟଙ୍କା ନ ଦେବାରୁ ମାରିଥିଲେ ନିର୍ଧୂମ ମାଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ରାଗିଂ । ୪ ଦିନ ତଳେ ରାଗିଂ ଯୋଗୁଁ ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା କରିଥିବା ବେଳେ ଏବେ ଖଣ୍ଡଗିରି ଥାନାରୁ ଆସିଛି ସମାନ ଅଭିଯୋଗ । ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ଦାଖଲ ହୋଇଛି ।

ସୂଚନା ଅନୁସାରେ, ବେସିକ ସାଇନ୍ସ କଲେଜର ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଆରଛ୍ନ୍ି ପୁଣି ଏକ ରାଗିଂ ଅଭିଯୋଗ । କଲେଜର ୩ ଜଣ ସିନିୟର ଛାତ୍ରଙ୍କ ବିରୋଧରେ ରାଗିଂ କରୁଥିବା ନେଇ ଅଭିଯୋଗ ଦାୟର କରାଯାଇଛି । ତେବେ ସିନିୟର ଚାତ୍ରମାନେ ତାଙ୍କୁ ମାଡ ମାରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ମାଡ ମାରିବାର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ସିନିୟର ଛାତ୍ରମାନେ ତାଙ୍କୁ ପ୍ରଥମେ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ । ତେବେ ସେ ଟଙ୍କା ନ ଦେବାରୁ ତାଙ୍କୁ ମାଡ ମାରିଥିଲେ ସିନିୟର ଛାତ୍ର । ମାଡ ମାରିବା ସହ ଛାତ୍ରଙ୍କୁ ଉଠବସ କରାଇଥିବା ସେ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ତେବେ ରାଗିଂ ଘଟଣାକୁ ନେଇ ଛାତ୍ରଙ୍କ ଅଭିଯୋଗ ପରେ ସତେଜ ହୋଇ ଉଠିଛି ପୋଲିସ । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିତିବା ଜଣାଯାଇଛି ।

Get real time updates directly on you device, subscribe now.