fbpx

Video; କୁକୁର ଛାଡ଼ିବା ଅଭିଯୋଗକୁ ଖଣ୍ଡନ କଲେ ରଘୁନନ୍ଦନ ଦାସ, କହିଲେ ”ମୁଁ ଭାବିଲି କ୍ରିମିନାଲ ପଶି ଆସିଛନ୍ତି ବୋଲି”

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେଡିର ପୂର୍ବତ୍ତନ ବିଧାୟକ ରଘୁ ନନ୍ଦନ ଦାସ । ଗଣ ମାଧ୍ୟମ ପ୍ରତିନିଧିଙ୍କ ଉପରକୁ କୁକୁର ଛଡ଼ି ଦେଇଥିଲେ । ଯାହା ପରେ ଥାନାରେ ହୋଇଥିଲା ରଘୁନନ୍ଦନ ଦାସଙ୍କ ବିରୁଦ୍ଧରେ ମାମଲା । ଗଣମାଧ୍ୟ ପ୍ରତିନିଧିମାନେ ଯାଇ ଥାନାରେ ଏତଲା ଦେଇଥିଲେ । ଆଉ ଏବେ ମୁହଁ ଖୋଲିଛନ୍ତି ପୂର୍ବତ୍ତନ ବିଧାୟକ ରଘୁ ନନ୍ଦନ ଦାସ । ସରକାରୀ ବାସ ଭବନ ଛାଡ଼ିବା ପୂର୍ବରୁ ବବି ଦାସ ତାଙ୍କ ଘର ଭାଙ୍ଗୁଥିଲେ ।

ସରକାରୀ ବାସଭବନକୁ ପୂର୍ବ ଭଳି ଫେରାଇବାକୁ ପଡ଼ିବ ବୋଲି ଯେଉଁ ସବୁ ନବୀକରଣ ହୋଇଥିଲା ତାକୁ ଭାଙ୍ଗୁଥିଲେ ବବିଦାସଙ୍କ ଶ୍ରମିକ । ଏହାର ଖରବ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ରଘୁନନ୍ଦନ ଦାସଙ୍କ ଘରକୁ ଯାଇ ଭିଜୁଆଲ ଆଣୁଥିଲେ । ହେଲେ ଏହି ସମୟରେ କୁକୁର ଛାଡ଼ି ଦେଇଥିଲେ ରଘୁ ନନ୍ଦନ ଦାସ । ଯାହାକୁ ନେଇ ଅଭିଯୋଗ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଲେ କି ବିନା ଅନୁମତିରେ ଘର ଭିତରକୁ ପଶିଥିଲେ ଗଣମାଧ୍ୟମ ପ୍ରତିନିଧି ମାନେ । ତାଙ୍କ ପାଖରେ ପରିଚୟ ପତ୍ର ବି ନଥିଲା । ସେ କୁଆଡ଼େ କ୍ରିମିନାଲ ବୋଲି ଭାବିଥିଲେ ରିପୋର୍ଟର ମାନଙ୍କୁ । ତେବେ ସିକ୍ୟୁରିଟି ଗାର୍ଡ କଥା ନମାନି ଘର ଭିତରକୁ ପଶିଥିଲେ । ଏଥିରେ ମୁଁ ଡରି ଯାଇ ପରବର୍ତ୍ତି ଷ୍ଟେପ ନେଇଥିଲି । କୁକୁର ଛାଡ଼ିଥିବା କଥା କହୁଛନ୍ତି କିନ୍ତୁ କୁକୁର କଣ ସେମାନଙ୍କୁ କାମୁଡ଼ିଛି ବୋଲି କହିଛନ୍ତି ରଘୁନନ୍ଦନ ।

ସେ ଆହୁରି ମଧ୍ୟ କହିଛନ୍ତି କି ତାଙ୍କର କିଡିନ ପ୍ରତିରୋପଣ ହୋଇଛି । ସେ ଜଣେ ବରିଷ୍ଠ ନାଗରିକ । ସେଥିପାଇଁ ତାଙ୍କ ଜୀବନ ପ୍ରତି ଆଞ୍ଚ ଆସିଥିବାରୁ ସେ ମଧ୍ୟ ଥାନାରେ କେସ କରିବେ । ଶାସକ ଦଳକୁ ଟାର୍ଗେଟ କରି କହିଛନ୍ତି କି ବିଜେପିର ଅହଂକାର ବଢ଼ି ଯାଇଛି । ହାରତ ଜିତ ଗଣତନ୍ତ୍ରର ଏକ ପ୍ରକ୍ରିୟା । ଆଜି ଆମେ ହାରି ଯାଇଛୁ । ଆଗକୁ ଜିତିବୁ । କିନ୍ତୁ ବିଜେପି ଜିତିବା ପରେ ଏମିତି ଅହଂକାରି ଭଳି କାର୍ଯ୍ୟ କରୁଛି ବୋଲି କହିଦେଇଛନ୍ତି ।

Get real time updates directly on you device, subscribe now.