fbpx

ବିବାହ ବନ୍ଧନରେ ବାନ୍ଧି ହେଲେ ଦିଶା ଓ ରାହୁଲ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ବିଗବସ୍ ସିଜନ ୧୪’ର ଫାଷ୍ଟ ରନର୍ସ ଅପ୍ ବା ପ୍ଲେବ୍ୟାକ୍ ସିଙ୍ଗର ରାହୁଲ ବୈଦ୍ୟ ନିଜ ପ୍ରେମିକ ଦିଶା ପରମାରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାରି ମଧ୍ୟରେ ଦମ୍ପତ୍ତିଙ୍କ ବାହାଘରର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାହୁଲ ଆଣ୍ଠୁରେ ବସି ଦିଶାଙ୍କୁ ରିଙ୍ଗ ପିନ୍ଧାଉଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ରାହୁଲ ଧଳା ଏବଂ ସୁବର୍ଣ୍ଣ ରଙ୍ଗର ଶେରୱାନିରେ ବହୁତ ଭଲ ଦେଖାଯାଉଥିବା ବେଳେ ଦିଶା ଏକ ନାଲି ଲେହେଙ୍ଗା ପିନ୍ଧି କନ୍ୟା ବେଶରେ ବେଶ୍ ଆକର୍ଷଣୀୟ ଦେଖାଯାଉଛନ୍ତି ।

 

ସେହିପରି ଦମ୍ପତିଙ୍କ ବିବାହର ଆଉ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏଥିରେ ଦିଶା ତାଙ୍କ ସ୍ୱାମୀ ରାହୁଲଙ୍କ ମା’ଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି । ତେବେ ଦିଶା ଓ ରାହୁଲଙ୍କ ମେହେନ୍ଦୀ ଠାରୁ ଆରମ୍ଭ କରି ହଲଦୀ ପର୍ଯ୍ୟନ୍ତ ସମସ୍ତ ସମାରୋହର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ବିବାହ ପୂର୍ବରୁ ସେ ନିଜ ସାଙ୍ଗ ମାନଙ୍କ ସହିତ ବ୍ୟାଚଲର ପାର୍ଟି ସେଲିବ୍ରେଟ କରିଥିଲେ । ୧୨ ଜୁଲାଇରେ ଦିଶାଙ୍କୁ ତାଙ୍କ ସାଙ୍ଗମାନେ ବ୍ୟାଚଲର ପାର୍ଟି ଦେଇଥିଲେ । ଯାହାର ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ରାହୁଲ ଏବଂ ଦିଶାଙ୍କ ବିବାହର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି । ଏହି ଭିଡିଓଗୁଡିକ ଦେଖି ରାହୁଲ ଏବଂ ଦିଶାଙ୍କୁ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି ।

Get real time updates directly on you device, subscribe now.