fbpx

ଖୁସି ଖବର: ରେଲ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୪% ବୃଦ୍ଧି

ନୂଆଦିଲ୍ଲୀ: ରେଳ ବିଭାଗ ନିଜ କର୍ମଚାରୀଙ୍କୁ ଦେଇଛି ଏକ ବଡ଼ ଉପହାର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବି ଡିଏରେ ବମ୍ପର ବୃଦ୍ଧି ସହ ୧୦ ମାସର ବକେୟା ଦେବାକୁ ନିଷ୍ପତ୍ତି ନେଇଛି ରେଲୱେ ।

ମନି କଣ୍ଟ୍ରୋଲ ଅନୁସାରେ, ରେଳବାଇ ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ, ଷଷ୍ଠ ବେତନ ଆୟୋଗ ଅଧୀନରେ ବେତନ ପାଉଥିବା ରେଳ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୪% ବୃଦ୍ଧି କରାଯାଉଛି । ବର୍ଦ୍ଧିତ ଡିଏ ଟଙ୍କା ଖୁବଶୀଘ୍ର ସେହି କର୍ମଚାରୀଙ୍କ ବେତନ ସହିତ ଆସିବା ଆରମ୍ଭ ହୋଇଯିବ । ଏହା ସହିତ ସେମାନଙ୍କୁ ୧୦ ମାସର ବକେୟା ମଧ୍ୟ ଦିଆଯିବ  ।

ରେଳବାଇ ନିଜ କର୍ମଚାରୀମାନଙ୍କ ବକେୟା ଡିଏକୁ ଏକାସାଙ୍ଗରେ ଦୁଇଥର ବୃଦ୍ଧି କରିଛି  । ୧୪ ପ୍ରତିଶତ ବୃଦ୍ଧିରେ ଜୁଲାଇ, ୨୦୨୧ ଏବଂ ଜାନୁଆରୀ, ୨୦୨୨ର ଡିଏ ବି ଅନ୍ତର୍ଭୁକ୍ତ  । ଏହି କର୍ମଚାରୀମାନେ ବର୍ତ୍ତମାନ ସୁଦ୍ଧା ୬ଷ୍ଠ ବେତନ ଆୟୋଗ ଅଧୀନରେ ଦରମା ପାଉଥିଲେ  ।

ରେଳ ବୋର୍ଡର ନିର୍ଦ୍ଦେଶ ଅନୁସାରେ, ଏହି କର୍ମଚାରୀଙ୍କ ଡିଏ ଜୁଲାଇ ୨୦୨୧ ପାଇଁ ୧୮୯ ପ୍ରତିଶତରୁ ୭ ପ୍ରତିଶତ ବଢ଼ାଇ ୧୯୬ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହା ପରେ ଜାନୁଆରୀ ୨୦୨୨ ଠାରୁ ଏହା ପୁଣି ୭ ପ୍ରତିଶତ ବୃଦ୍ଧି ପାଇଲା ଏବଂ ଏବେ ଏହା ୨୦୩ ପ୍ରତିଶତରେ ପହଞ୍ଚିଛି  ।

Get real time updates directly on you device, subscribe now.