fbpx

ରେଲୱେରେ ଦଶମ ପାସ୍ ପାଇଁ ୧୬୦୦ରୁ ଅଧିକ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି

ଉତ୍ତର କେନ୍ଦ୍ରୀୟ ରେଳବାଇ ବା ଏନସିଆର ନିଜର ଅଫିସିଆଲ୍ ୱେବସାଇଟ୍ http://rrcpryj.orgରେ ଆପ୍ରେଣ୍ଟିସ୍ ପୋଷ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ୨୦୨୦-୨୧ ବର୍ଷ ପାଇଁ ବିଭିନ୍ନ ବିଭାଗ ଉତ୍ତର କେନ୍ଦ୍ରୀୟ ରେଳବାଇ (ପ୍ରୟାଗରାଜ, ଆଗ୍ରା, ଝାନ୍ସୀ ଏବଂ ଝାନ୍ସୀ କର୍ମଶାଳା) ଅଧୀନରେ ଥିବା ବିଭିନ୍ନ ବିଭାଗରେ ଆପ୍ରେଣ୍ଟିସ୍ ପାଇଁ ମୋଟ ୧୬୬୪ ଟି ପଦବୀ ପାଇଁ ନିଯୁକ୍ତି ବାହାର କରିଛି । ଆଇଟିଆଇ ଓ ଦଶମ ଶ୍ରେଣୀ ପ୍ରାର୍ଥୀମାନେ ୨ ଅଗଷ୍ଟ ୨୦୨୧ ରୁ ଉତ୍ତର କେନ୍ଦ୍ରୀୟ ରେଳ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ଆବେଦନ କରିପାରିବେ ।

ତାରିଖ
ଅନଲାଇନ୍ ଆବେଦନ କରିବାର ତାରିଖ – ୨ ଅଗଷ୍ଟ ୨୦୨୧
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ – ୧ ସେପ୍ଟେମ୍ବର ୨୦୨୧

ପଦବୀ
ଉତ୍ତର କେନ୍ଦ୍ରୀୟ ରେଳ ପଦବୀ ପାଇଁ ମୋଟ ପୋଷ୍ଟ ୧୬୬୪ ରହିଛି ।

ବୟସ ସୀମା
ଆବେଦନକାରୀ ପ୍ରାର୍ଥୀଙ୍କ ବୟସ ୧୫ ରୁ ୨୪ ବର୍ଷ ହେବା ଉଚିତ୍ ।

ଶିକ୍ଷାଗତ ଯୋଗ୍ୟତା
ଆବେଦନ କରୁଥିବା ପ୍ରାର୍ଥୀମାନେ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ପାସ୍ କିମ୍ବା ଏହାର ସମକକ୍ଷ (୧୦ + ୨) ହେବା ଉଚିତ୍ ।
ୱେଲଡର୍ (ଗ୍ୟାସ୍ ଓ ଇଲେକ୍ଟ୍ରିକ୍) ପାଇଁ ୱାୟରମ୍ୟାନ୍ ଓ କାରପେଣ୍ଟର ପ୍ରାର୍ଥୀଙ୍କ ଅଷ୍ଟମ ପାସ୍ କିମ୍ବା ଆଇଟିଆଇ ସାର୍ଟିଫିକେଟ୍ ରହିବା ଆବଶ୍ୟକ ।
ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ ଯାହା ଦଶମ ଏବଂ ଆଇଟିଆଇରେ ପ୍ରାପ୍ତ ମାର୍କ ଆଧାରରେ ପ୍ରସ୍ତୁତ ହେବ ।

କିପରି କରିବେ ଆବେଦନ
ଉଚ୍ଛୁକ ପ୍ରାର୍ଥୀମାନେ ୨ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟରେ ଅନଲାଇନରେ ଆବେଦନ କରିପାରିବେ ।

Get real time updates directly on you device, subscribe now.