fbpx

ଆଜି ବାତିଲ ହେଲା ୧୧୫୫ ଟ୍ରେନ୍, ଜାଣନ୍ତୁ ଅନଲାଇନରେ କିପରି ପାଇବେ ରିଫଣ୍ଡ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଆଜି ପୁଣି ସାରା ଦେଶରେ ୧୧୫୫ ଟ୍ରେନ୍ ବାତିଲ କରିଛି । ବାତିଲ କରାଯାଇଥିବା ଅଧିକାଂଶ ଟ୍ରେନ୍ ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ପଶ୍ଚିମବଙ୍ଗ ଓ ଆସାମ ରୁଟର ବୋଳି ଜଣାପଡିଛି । ଏହା ସହିତ ରେଲୱେ ପକ୍ଷରୁ ୧୪ ଟ୍ରେନକୁ ଆଂଶିକ ଭାବେ ବନ୍ଦ କରିଦିଆ ଯାଇଛି । ଅନ୍ୟପଟେ କରୋନା ଯୋଗୁଁ ଦେଶରେ କମ୍ ଟ୍ରେନ୍ ଚାଲୁଛି । ଏବେ କୁହୁଡ଼ି ଯୋଗୁଁ ଅଧିକ ସଂଖ୍ୟାରେ ଟ୍ରେନ୍ ବାତିଲ କାରଣରୁ ଯାତ୍ରୀମାନଙ୍କ ସମସ୍ୟା ଆହୁରି ବଢ଼ିଯାଇଛି ।

ଆଜି ବି ଉତ୍ତର ଭାରତରେ ଶୀତ ଲହରି ଜାରି ରହିଛି । ଏଥିରେ ଜନଜୀବନ ପ୍ରଭାବିତ ହୋଇଛି । ଯାତ୍ରୀଙ୍କ ସୁବିଧା ପାଇଁ ବାତିଲ ହୋଇଥିବା ଟ୍ରେନର ଲିଷ୍ଟକୁ ଅଫିସିଆଲ ୱେବସାଇଟରେ ଅପଲୋଡ କରୁଛି ରେଲୱେ । କୌଣସି ବି ଟ୍ରେନର ସ୍ଥିତି ଜାଣିବାକୁ ଆପଣ ରେଲୱେ ୱେବସାଇଟ୍ କୁ ଯାଇ ଚେକ୍ କରିପାରିବେ । ଏଠାରେ ଆପଣ ରେଳଗାଡ଼ିର ନମ୍ବର ଏଣ୍ଟର କରି ଆପଣ ତାହାର ସ୍ଥିତି ଜାଣିପାରିବେ ।

ଯଦି ଆପଣଙ୍କ ପାଖରେ ଇ-ଟିକେଟ୍ ଅଛି ଓ ଆପଣ ଯାତ୍ରା କରୁଥିବା ଟ୍ରେନ୍ ବାତିଲ ହୋଇଛି, ତେବେ ଆପଣଙ୍କୁ ଟିକେଟ୍ କ୍ୟାନସେଲ୍ କରିବାକୁ କୁଆଡେଁ ଯିବାକୁ ପଡିବ ନାହିଁ । ଟ୍ରେନ୍ ବାତିଲ ହେବା ପରେ ଇ-ଟିକେଟର ଟଙ୍କା ସିଧାସଳଖ ଆପଣଙ୍କ ଆକାଉଣ୍ଟରେ ଜମା ହୋଇଯିବ । ଏଭଳି ପରିସ୍ଥିତିରେ ଟିକେଟ ଡିପୋଜିଟ ରସିଦ୍ ବା ଟିଡିଆର ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.