fbpx

ଆଜି ଏହିସବୁ ରାଜ୍ୟରେ ହେବ ବର୍ଷା, ବଢ଼ିବ ଶୀତ; ଆଇଏମଡି ପକ୍ଷରୁ ଚେତାବନୀ

ନୂଆଦିଲ୍ଲୀ: ରାଜଧାନୀରେ ବଢ଼ିପାରେ ଶୀତ । ପ୍ରବଳ ଶୀତ ସାଙ୍ଗକୁ ଆଜି ରାଜଧାନୀ ଦିଲ୍ଲୀରେ ବର୍ଷା ହେବାର ଆଶଙ୍କା ରହିଛି । ତେବେ ଦିଲ୍ଲୀରେ ଗତକାଲି ବିଳମ୍ବିତ ରାତି ରେ ବର୍ଷା ହୋଇଥିଲା । ଆଜି ମଧ୍ୟ ଦିଲ୍ଳୀର କିଛି କିଛି ସ୍ଥାନରେ ବର୍ଷା ହେବ । ଏହାକୁ ନଜର ରେ ରଖି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଲ୍ଲୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । କେବଳ ଦିଲ୍ଲୀ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯେ, ଆଜି ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ୟୁପିର କିଛି ସ୍ଥାନରେ ବର୍ଷା ହୋଇପାରେ । ତେବେ ବର୍ଷା ସାଙ୍ଗକୁ ଶୀତ ବଢ଼ିବ ବୋଲି ଚେତାବନୀ ଦେଇଛି ଆଇଏମଡି ।

ଆଇଏମଡି ମୁତାକବ, ଦେଶର ଉତ୍ତର-ପଶ୍ଚିମ ଓ ମଧ୍ୟଭାରତର କିଛି କିଛି ସ୍ଥାନରେ ଆଜି ଅର୍ଥାତ୍ ଜାନୁଆରୀ ୨୨ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଜମ୍ମୁ ଓ ଉତ୍ତରାଖଣ୍ଡ ସମେତ ଅନ୍ୟ ପାହାଡ଼ିଆ ସ୍ଥାନରେ ତୁଷାତ ପାତ ଦେଖିବାକୁ ମିଳିପାରେ ।

Get real time updates directly on you device, subscribe now.