fbpx

ୱାନ ନେସନ-ୱାନ କାର୍ଡ: ଓଡିଶା ସମେତ ଏହି ରାଜ୍ୟର ଲୋକମାନେ ମଧ୍ୟ ଛତିଶଗଡରୁ ନେଲେ ରାସନ

ନୂଆଦିଲ୍ଲୀ: ୱାନ ନେସନ-ୱାନ କାର୍ଡର ଲାଭ ବର୍ତ୍ତମାନ ରାୟପୁର ସମେତ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଉପଲବ୍ଧ ହୋଇଛି । ତଥ୍ୟ ଅନୁଯାୟୀ, ପୋର୍ଟେବିଲିଟି ଦୃଷ୍ଟିରୁ ଛତିଶଗଡରେ ଦୁର୍ଗ ଜିଲ୍ଲା ପ୍ରଥମ ଏବଂ ରାୟପୁର ଦ୍ୱିତୀୟ ସ୍ଥାନରେ ରହିଛି ।

ଦୁର୍ଗ ଜିଲ୍ଲାର ପ୍ରାୟ ୯୧ ହଜାର ଲୋକ ଏବଂ ରାୟପୁର ଜିଲ୍ଲାର ୬୬ ହଜାରରୁ ଅଧିକ ଲୋକ ଏହି ସୁବିଧାର ଲାଭ ନେଉଛନ୍ତି । ଏହି ସୁବିଧା ଅଧୀନରେ ଲୋକମାନେ ନିଜ ୱାର୍ଡର ଦୋକାନ ଛାଡି ଅନ୍ୟ ୱାର୍ଡର ଦୋକାନରୁ ରାସନ ନେଇଛନ୍ତି । ସବୁଠାରୁ ଖରାପ ସ୍ଥିତି ନାରାୟଣପୁର ଏବଂ ସୁକମା ଜିଲ୍ଲାରେ ରହିଛି । ଅଗଷ୍ଟ ମାସରେ ଏଠାରେ ଗୋଟିଏ ବି ପୋର୍ଟେବିଲିଟି ପଞ୍ଜୀକୃତ ହୋଇନାହିଁ । କେବଳ ଛତିଶଗଡ ନୁହେଁ ଦେଶର ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ପୋର୍ଟେବିଲିଟିର ସୁବିଧା ପାଇଛନ୍ତି । ରାୟପୁର ଜିଲ୍ଲାରେ ଓଡିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡ ଏବଂ ବିହାରର ପ୍ରାୟ ୨୬୪ କାର୍ଡଧାରୀଙ୍କୁ ରାସନ ବଣ୍ଟନ କରାଯାଇଛି ।

ୱାନ୍ ନେସନ୍-ୱାନ୍ କାର୍ଡ ଅନ୍ତର୍ଗତ ସମସ୍ତ ରାସନ୍ ଦୋକାନରେ ସରକାର ଇ-ପାସ୍ ମେସିନ୍ ବଣ୍ଟନ କରିଛନ୍ତି । ଏହି ସମଗ୍ର ଯୋଜନାରେ ରାଜ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାୟପୁର ଜିଲ୍ଲାରେ ଏହି ବ୍ୟବସ୍ଥା ତିଆରି ପାଇଁ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ।

Get real time updates directly on you device, subscribe now.