fbpx

ଅଶ୍ଳୀଳ ଭିଡିଓ ମାମଲାର ଅଭିଯୁକ୍ତ ରାଜ କୁନ୍ଦ୍ରା, ଦୋଷୀ ସାବ୍ୟସ୍ତ ହେଲେ ମିଳିବ ଏପରି ଦଣ୍ଡ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଅଶ୍ଳୀଳ ଫିଲ୍ମ କରିବା ସହ କିଛି ଆପ୍ ଜରିଆରେ ତାହାକୁ ପବ୍ଲିଶ କରିଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏପରି ମାମଲାରେ ପ୍ରାୟତଃ ଦୋଷୀଙ୍କ ବିରୋଧରେ ଆଇଟି ଆକ୍ଟ ଓ ଆଇପିସି ଧାରାରେ ମାମଲା ରୁଜୁ ହୋଇଥାଏ । ଯଦି କୋର୍ଟରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥାଏ, ତେବେ ତାକୁ ଅନେକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ ।

ପୋନୋଗ୍ରାଫୀ ଓ ପୋନୋଗ୍ରାଫୀ କଣ୍ଟେଟ ମାମଲାକୁ ନେଇ କଡ଼ା ଆଇନ ଲାଗୁ କରାଯାଇଛି । ଏହାକୁ ଅବମାନନା କରି ଯିଏ ଏଭଳି କଣ୍ଟେଟ ତିଆରି କରିବ, ସେମାନଙ୍କୁ ପୋଲିସ ଗିରଫ କରିବାର ନିୟମ ରହିଛି । ଅନ୍ୟର ଅନିଚ୍ଛା ସତ୍ତ୍ୱେ ତାଙ୍କର ଅଶ୍ଳୀଳ ଭିଡ଼ିଓ ତିଆରି କରିବା ଏବଂ ତାକୁ ଇଣ୍ଟରନେଟ ମାଧ୍ୟମରେ ସମସ୍ତଙ୍କ ପାଖକୁ ଛାଡିବା ସମ୍ପୁର୍ଣ୍ଣ ରୂପେ ଅବୈଧ । ଏହା ସହ ଚାଇଲ୍ଡ ପୋନୋଗ୍ରାଫୀ ଦେଖିବା ମଧ୍ୟ ଦଣ୍ଡନୀୟ ଅପରାଧ । ଏହି ଅନ୍ତର୍ଗତ ମାମଲାରେ ଆଇଟିର ୨୦୦୮ର ଧାରା ୬୭( କ) ଏବଂ ଆଇପିସିର ୨୯୨, ୨୯୩, ୨୯୪, ୫୦୦, ୫୦୬ ଏବଂ ୫୦୯ରେ ଦଣ୍ଡ ମିିଳିଥାଏ । ଏହାପାଇଁ ପ୍ରଥମେ ୫ ବର୍ଷ ଜେଲ ହେବା ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ମିଳିଥାଏ । କିନ୍ତୁ ୨ୟ ଥର ଭୁଲ କଲେ ଜେଲ ଦଣ୍ଡ ୭ ବର୍ଷ ବଢ଼ିପାରେ ।

ତେବେ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ଓ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ମେଡିକାଲ ଯାଞ୍ଚ ପରେ କୁନ୍ଦ୍ରାଙ୍କୁ ମଙ୍ଗଳବାର ଦିନ କୋର୍ଟଚାଲାଣ କରାଯିବ । ଏକ ହଟସଟ୍ ନାମକ ଆପ ଜରିଆରେ ସେ ଏହି ଅଶ୍ଲୀଳ ଫିଲ୍ମ ରିଲିଜ କରୁଥିବା ଜଣାପଡିଛି ।

Get real time updates directly on you device, subscribe now.