fbpx

ରାଜ ଉଆସରେ ପଶିଲା କରୋନା: ରାଜା, ରାଣୀ ଓ ଯୁବରାଜ ସଂକ୍ରମିିିତ ଚିହ୍ନଟ

ଢେଙ୍କାନାଳ (ଭାସ୍କର ନ୍ୟୁଜ): ଅବିଭକ୍ତ ଢେଙ୍କାନାଳ ସହରସ୍ଥ ଦୁର୍ଗାବଜାର ଠାରେ ଅବସ୍ଥିତ ରାଜ ଉଆସରେ କରୋନାର ପ୍ରବେଶ କରଛି । ରାଜା,ରାଣୀ ଓ ଯୁବରାଜ କରୋନାରେ ସଂକ୍ରମିତ ହୋଇଥବାର ସୂଚନା ମିଳିଛି । ପ୍ରକାଶ ଥାଉକି ରାଜା କାମାକ୍ଷାପ୍ରସାଦ ସିଂହଦେଓ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ (୮୧) ଓ ରାଣୀ ସାବିତ୍ରୀ ଦେବୀଙ୍କ ସହ ଯୁବରାଜ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ଗସ୍ତରୁ ଫେରି ରାଜା ରାଜବାଟିକୁ ଆସିଥିଲେ । ଅନ୍ୟପଟେ ଯୁବରାଜ ଅମରଜ୍ୟୋତି ସିଂହଦେଓ ଗତ ଦୁଇ ଦିନ ତଳେ କରୋନା ଆକ୍ରାନ୍ତ ହୋଇ ରାଜବାଟିଠାରେ ସଙ୍ଗରୋଧ ଥିଲେ । ରାଜା,ରାଣୀ ଓ ଯୁବରାଜ ସଂକ୍ରମିତ ଥିବା ଯୋଗୁ ସଙ୍ଗରୋଧ ଅବସ୍ଥାରେ ରାଜବାଟୀରେ ରହୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.