Raja Shivaji Trailer Launch Event: ରିତେଶ ଦେଶମୁଖଙ୍କ ନିର୍ଦ୍ଦେଶିତ ଓ ଅଭିନିତ ଫିଲ୍ମ “ରାଜା ଶିବାଜୀ”ର ଟ୍ରେଲର ରିଲିଜ ହୋଇଛି। ଏଥିରେ ରିତେଶ ମହାରାଜା ଶିବାଜୀ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ଟ୍ରେଲର ରିଲିଜ ପାଇଁ ଆୟୋଜିତ ମଞ୍ଚରେ ବହୁ ମଜାଦାର ଘଟଣା ଘଟିଛି। ରିତେଶଙ୍କୁ ସଞ୍ଜୟ ଦତ୍ତ ଓ ଅଭିଷେକ ବଚ୍ଚନ ସାନ ଭାଇ ବୋଲି କହିଥିଲେ। ହେଲେ ଚୁଲବୁଲି ବିଦ୍ୟା ବାଲାନ କହିଥିଲେ, ରିତେଶ ମୋର ଭୁଇ ନୁହେଁ…।
ମୁମ୍ବାଇରେ ଆୟୋଜିତ “ରାଜା ଶିବାଜୀ” ଟ୍ରେଲର୍ ଲଞ୍ଚ ସମୟରେ ସଞ୍ଜୟ ଦତ୍ତ କହିଥିଲେ, ରିତେଶ ଦେଶମୁଖ ମୋର ଛୋଟ ଭାଇ ଓ ତାଙ୍କ କଥା ମୋ ପାଇଁ ଏକ ଲକ୍ଷ୍ମଣ ରେଖା ପରି। ଫିଲ୍ମ ଶୁଟିଂ ସମୟରେ ଆମେ ବହୁ ମଜା କରିଛୁ।
ଅନ୍ୟପକ୍ଷରେ ଅଭିଷେକ ବଚ୍ଚନ କହିଥିଲେ, “ରିତେଶ ମୋର ସାନ ଭାଇ। ମୁଁ ପ୍ରଥମଥର ପାଇଁ ଟ୍ରେଲର୍ ଦେଖିଲି। ଏହା ମୋତେ ରୋମାଞ୍ଚିତ କରିଛି। ଆଜି ପର୍ଯ୍ୟନ୍ତ ମୁଁ ଏମିତି ମରାଠୀ ଫିଲ୍ମ ଦେଖିନି। ଏହି ଫିଲ୍ମରେ ଅଂଶଗ୍ରହଶ କରିବା ମୋ ପାଇଁ ଗର୍ବର କଥା।”
ସଞ୍ଜୟ ଦତ୍ତ ଓ ଅଭିଷେକଙ୍କ ପରେ ପାଳି ପଡ଼ିଥିଲା ବିଦ୍ୟା ବାଲାନଙ୍କର। ସେ ଅତି ମଜାଦାର ଅନ୍ଦାଜରେ କହିଥିଲେ, “ଅଭିଷେକ କହିଲେ ରିତେଶ ତାଙ୍କ ସାନ ଭାଇ। କିନ୍ତୁ ରିତେଶ ମୋର ଭାଇ ନୁହେଁ।”
ବିଦ୍ୟା ବାଲାନଙ୍କ ଏହି କଥାରେ ସମସ୍ତେ ଜୋରରେ ହସିଥିଲେ। ରିତେଶ ମଧ୍ୟ ପ୍ରେମରେ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ବିଦ୍ୟା କହିଥିଲେ, “କିନ୍ତୁ ସେ ମୋର ଭଲ ମିତ୍ର ଅଟନ୍ତି। ଯେତେବେଳେ ମୁଁ ଜାଣିଲି ରିତେଶ ଶିବାଜୀ ମହାରାଜଙ୍କ ଉପରେ ଫିଲ୍ମ ତିଆରି କରୁଛନ୍ତି, ମୁଁ ମଧ୍ୟ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲି। ପରେ ରିତେଶ ନିଜେ ମୋ ଘରକୁ ଯାଇ ସମ୍ପୂର୍ଣ୍ଣ କାହାଣୀ କହିଥିଲେ। ମୁଁ ଖୁବ ଧ୍ୟାନରେ ଶୁଣୁଥିଲି। ଆଉ ଫିଲ୍ମରେ ଅଭିନୟ କରିବି ବୋଲି ସହମତି ପ୍ରକାଶ କରିଥିଲି।”
ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ଅଭିଷେକ ବଚ୍ଚନ. ବିଦ୍ୟା ବାଲାନ, ଜେନେଲିଆ ଡିସୁଜାଙ୍କ ପରି କଳାକାରମାନେ ଅଭିନୟ କରୁଛନ୍ତି।
