fbpx

୧୯ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ ଉପରେ ରାଜସ୍ଥାନ ହାଇକୋର୍ଟଙ୍କ ରହିତାଦେଶ

ରାଜସ୍ଥାନ, ୨୪ା୭: ରାଜସ୍ଥାନ ହାଇକୋର୍ଟରେ ବାଚସ୍ପତି ସିପି ଯୋଶୀଙ୍କୁ ଝଟକା । ୧୯ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ ଉପରେ କୋର୍ଟ ରହିତାଦେଶ ଲଗାଇଛନ୍ତି । ଜୁଲାଇ ୨୭ରେ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି । ଆସନ୍ତା ୨୭ରେ ବାଚସ୍ପତିଙ୍କ ଆବେଦନର ମଧ୍ୟ ଶୁଣାଣି କରିବେ ସୁପ୍ରିମକୋର୍ଟ । ଆଜି ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି ହାଇକୋର୍ଟ । ରାଜସ୍ଥାନ ହାଇକୋର୍ଟରେ ପକ୍ଷ ରଖିବେ ଅତିରିକ୍ତ ସଲିସିଟର ଜେନେରାଲ ।

ଉଲ୍ଲେଖଯୋଗ୍ୟ ଯେ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ ହୋଇଥିଲା । ଅଯୋଗ୍ୟ ଘୋଷଣା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ବାଚସ୍ପତି । ପରେ ବାଚସ୍ପତିଙ୍କ ନୋଟିସ ବିରୋଧରେ ୧୯ ବିଧାୟକ ହାଇକୋର୍ଟ ଯାଇଥିଲେ । କାରଣ ୨୪ଯାଏଁ ୧୯ ବିଧାୟକଙ୍କ ବିରୋଧରେ ପଦକ୍ଷେପ ନନେବାକୁ ନିର୍ଦ୍ଦେଶ ଥିଲା । ପରେ ଏହି ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବାଚସ୍ପତି ।

Get real time updates directly on you device, subscribe now.