fbpx

ଆସିଲା ରାଜୁ ଶ୍ରୀବାସ୍ତବଙ୍କ MRI ରିପୋର୍ଟ, ଦବିଛି ମସ୍ତିଷ୍କର ଶିରା…

ନୂଆଦିଲ୍ଳୀ: ଲୋକଙ୍କୁ ନିଜ ମଜାଳିଆ ଅନ୍ଦାଜରେ ହସାଉ ହସାଇ ବେଦମ କରିଦେଉଥିବା କମେଡିଆନ ରାଜୁ ଶ୍ରୀବାସ୍ତବ ଏବେ ହସ୍ପିଟାଲରେ ଜୀବନ ଯୁଦ୍ଧ ଲଢ଼ୁଛନ୍ତି । ଏମ୍ସରେ ରାଜୁ ଶ୍ରୀବାସ୍ତବଙ୍କ ଚିକିତ୍ସା କରାଯାଉଛି । ରାଜୁଙ୍କ ଫ୍ୟାନମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏହାରି ମଧ୍ୟରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଅପଡେଟ ସାମ୍ନାକୁ ଆସିଛି । ରାଜୁଙ୍କ ଭାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ।

ମିଳିଥିବା ତାଜା ସୂଚନା ଅନୂଯାୟୀ, ରାଜୁ ଶ୍ରୀବାସ୍ତବଙ୍କ ଏମଆରଆଇ କରାଯାଇଛି । ତାଙ୍କ ଭାଇ ଦୀପୂଙ୍କର କହିବା ଅନୂଯାୟୀ ଡାକ୍ତର କହିଛନ୍ତି ଯେ ରାଜୁଙ୍କ କୌଣସି ଶିରା ଦବି ରହିଛି । ଏହାକୁ ରିକଭର କରିବାକୁ ପ୍ରୟାସ କରାଯାଉଛି । ସମସ୍ତେ ଆଶା କରୁଛନ୍ତି ଯେ ରାଜୁ ଠିକ୍ ହୋଇଯିବେ । ଡାକ୍ତର କହିଛନ୍ତି ଯେ ଏଥିରେ ସମୟ ଲାଗିପାରେ । ଏକ ସପ୍ତାହ କିମ୍ବା ୧୦ ଦିନ ସମୟ ଲାଗିପାରେ । ସମସ୍ତଙ୍କୁ ଆଶା ରହିଛି ଯେ ରାଜୁ ଠିକ୍ ହୋଇଯିବେ । ଡାକ୍ତର ମଧ୍ୟ ଏହି ଆଶାରେ ଅଛନ୍ତି ଯେ ରାଜୁ ଠିକ୍ ହୋଇଯିବେ ।

ସେପେଟ ରାଜୁଙ୍କ ପରିବାର ଏବଂ ସଂପର୍କୀୟ ଦିଲ୍ଳୀ ପହଞ୍ଚିଛନ୍ତି, ସମସ୍ତେ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି । ହସ୍ପିଟାଲରେ ମଧ୍ୟ ରାଜୁଙ୍କୁ ଦେଖିବା ପାଇଁ ଭିଡ଼ ଲାଗିଛି । ତେବେ ଡାକ୍ତର ରାଜୁଙ୍କ ପ୍ରତିକ୍ଷଣର ମନିଟରିଂ କରୁଛନ୍ତି । ଏହା ସହ ରାଜୁଙ୍କୁ ଦେଖାକରିବା ପାଇଁ କାହାରିକୁ ଅନୁମତି ଦିଆଯାଇନାହିଁ ।

Get real time updates directly on you device, subscribe now.