ରାଜ୍ଯସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯିବ ଲଢେଇ; ୯ଟାରୁ ଭୋଟିଂ ଆରମ୍ଭ…

ଆଜି ରାଜ୍ଯସଭା ନିର୍ବାଚନ

ଓଡିଶା ଭାସ୍କର: ଆଜି ରାଜ୍ଯସଭା ନିର୍ବାଚନ। ଆରମ୍ଭ ହେଲାଣି ଆଲୋଚନା। ଓଡିଶାରୁ ଦିଲ୍ଲୀ ଯିବେ କେଉଁ ନେତା। କାହାକୁ ବାଛିବେ ବିଧାୟକ। ଆରମ୍ଭ ହେଲାଣି କଳ୍ପନା ଜଳ୍ପନା। ସକାଳ ୯ଟାରୁ ଭୋଟିଂ ଆରମ୍ଭ ହେବ। ଅପରାହ୍ଣ ୪ଟା ଯାଏଁ ଚାଲିବ ମତଦାନ। ଅପରାହ୍ଣ ୫ଟାରେ କରାଯିବ ଭୋଟ ଗଣତି।

ନିର୍ବାଚନ ପାଇଁ ବିଧାନସଭାରେ ପହଞ୍ଚି ସାରିଲେଣି ସିଇଓ ଆର୍.ଏସ୍.ବେଣୁଗୋପାଳନ୍।ସଂସଦୀୟ ବ୍ଯାପାର ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ପୁରା ପ୍ରକ୍ରିୟା।

ଆଜି ୧୧ଟି ରାଜ୍ଯସଭା ଆସନ ପାଇଁ ଚାଲିଛି ଭୋଟ୍: କେବଳ ଓଡିଶା ନୁହେଁ ବରଂ ବିହାର ସମେତ ହରିୟାଣା ରାଜ୍ଯରେ ମଧ୍ୟ ରାଜ୍ଯସଭା ଆସନ ପାଇଁ ଭୋଟ କରାଯିବ। ଯଦି ଦେଖିବା ସାରା ଦେଶରେ ମୋଟ ୩୭ଟି ରାଜ୍ୟସଭା ଆସନ ଫାଙ୍କା ପଡ଼ିଛି। ସ୍ଥାନ ପୂରଣ ପାଇଁ ଭୋଟିଂ କରାଯାଉଛି।

ଆରମ୍ଭରୁ ୨୬ ଜଣ ପ୍ରାର୍ଥୀ ବିନା ଦ୍ବନ୍ଦରେ ବହୁ ସମର୍ଥନ ହାସଲ କରି ନିର୍ବାଚିତ ହୋଇସାରିଛନ୍ତି। ଏବେ ବାକି ରହିଛି ଆଉ ୧୧ଟି ରାଜ୍ୟସଭା ଆସନ। ଓଡିଶାର ୪ଟି, ବିହାରର ୫ଟି ଓ ହରିୟାଣାର ୨ଟି ଆସନ ପାଇଁ ମତଦାନ କରାଯିବ। ଅପରାହ୍ଣ ସୁଦ୍ଧା ସମସ୍ତ ରାଜ୍ଯର ଫଳାଫଳ ଆସିଯିବ।