fbpx

ଅଭିନେତ୍ରୀ ନିଶାଙ୍କ ସପକ୍ଷରେ ବାହାରିଲେ ‘ରାମାୟଣ’ର ସୀତା, କହିଲେ ଏପରି

ମୁମ୍ବାଇ: ଟିଭି କପଲ୍ କରଣ ମେହେରା ଓ ନିଶା ରାୱଲ ଏବେ ସେମାନଙ୍କର ପାରିବାରିକ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋମବାର ସ୍ତ୍ରୀ ନିଶା ରାୱଲ ସ୍ୱାମୀ କରଣଙ୍କ ବିରୋଧରେ ମାରପିଟ୍ କରିଥିବା ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଅଣାଯିବା ପରେ ସ୍ତ୍ରୀ ନିଶାଙ୍କ ସପକ୍ଷରେ ଏବେ ବିଭିନ୍ନ ମହଲରେ ସ୍ୱର ଉତ୍ତୋଳନ ହେଉଥିବା ଦେଖିବାକୁ ମିଳିଛି । ଏବେ ତାଙ୍କ ସପକ୍ଷରେ ବାହାରିଛନ୍ତି ରାମାୟଣରେ ସୀତା ଭୂମିକାରେ ନଜର ଆସିଥିବା ଚର୍ଚ୍ଚିତ ଅଭିନେତ୍ରୀ ଦୀପିକା ଚିଖଲିୟା । ନିଶାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଫଟୋ ସାମନାକୁ ଆସିବା ପରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଆଉ କହିଛନ୍ତି ଯେ, “ନିଶା ରାୱଲଙ୍କ ମୁହଁର ମାଡ ହିଁ କହୁଛି ଯେ ତାଙ୍କ ସହିତ ମାରପିଟ୍ ହୋଇଛି । ତାଙ୍କୁ ତାଙ୍କ ସ୍ୱାମୀ ମାରିଛନ୍ତି । ମୋତେ ଲାଗୁଛି ମହିଳାମାନଙ୍କ ଉପରେ ଏପରି ଅତ୍ୟାଚାର ଅସହନୀୟ । ଯେତେବେଳେ ସ୍ୱାମୀ କରଣ ତାଙ୍କୁ ପ୍ରଥମେ ମାରିଥିଲେ ସେତେବେଳେ ହିଁ ନିଶା ମୁହଁ ଖୋଲିବାର ଥିଲା । ଯଦି ସେ ଏପରି କରିଥାନ୍ତେ ତାହେଲେ ଏପରି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା” ।

ଆଗକୁ ଆହୁରି କହିଛନ୍ତି ଯେ, “ମହିଳାମାନଙ୍କୁ ପରିବାର ଏବଂ ସାଙ୍ଗ ମାନଙ୍କ ଠାରୁ ସାହାଯ୍ୟ ମିଳିପାରିବ । ନିଶା ହେଉଛନ୍ତି ଖୁବ୍ ସୁନ୍ଦର ଏବଂ ଆତ୍ମନିର୍ଭରଶୀଳ । ମୋତେ ଲାଗୁଛି ତାଙ୍କୁ ସମାଜର ଡର କଷ୍ଟ ହେଉଥିବ । ଝିଅମାନଙ୍କୁ ଏହି ଚିନ୍ତାଧାରା ମନରୁ କାଢ଼ି ଦେବା ଦରକାର” । ତେବେ କରଣ-ନିଶାଙ୍କ ସମସ୍ୟା ବାହାରକୁ ଆସିବା ପରେ ଏହା ଏବେ ଚର୍ଚ୍ଚାରେ ରହିଛି । କିଏ ନିଶାଙ୍କ ସପକ୍ଷରେ ଆସୁଥିବା ବେଳେ କିଏ କରଣଙ୍କ ସପକ୍ଷରେ ମତ ଦେଉଛନ୍ତି ।

Get real time updates directly on you device, subscribe now.