fbpx

ରମଜାନ ପାଇଁ ଜାରି ହେଲା ଗାଇଡ୍ ଲାଇନ୍

କଟକ ୧୩ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହା ମଧ୍ୟରେ ଗତ କାଲି ଠାରୁ ଆରମ୍ଭ ହେଉଛି ରମଜାନ ମାସ  । ରମଜାନ ପାଇଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି CMC ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି । ମସଜିଦରେ ନମାଜ ପାଠ ଲାଗି ୧୦୦ ଜଣଙ୍କୁ ଅନୁମତି ମିଳିଥିବା ବେଳେ ମାସ୍କ ବ୍ୟବହାର ଏବଂ ୬ ଫୁଟ ଦୂରତା ବାଧ୍ୟତାମୂଳକ ବୋଲି ଗାଇଡ୍ ଲାଇନ୍ ରେ କୁହାଯାଇଛି । ସାନିଟାଇଜେସନ୍ ଓ ଥର୍ମାଲ ସ୍କାନିଂର ବ୍ୟବସ୍ଥା ମଧ୍ୟ କରାଯାଇଛି । ରୋଗୀ ଏବଂ ବୟସ୍କ ବ୍ୟକ୍ତିଙ୍କୁ ନମାଜ ପାଇଁ ଅନୁମତି ମିଳିବ ନାହିଁ । ସେହିପରି BMCରେ ମଧ୍ୟ ରମଜାନ ପାଇଁ ଗାଇଡ୍ ଲାଇନ୍ ଜାରି ହୋଇଛି । ଶୁକ୍ରବାର ନମଜା ପାଠ ପାଇଁ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଦିଆଯିବ ସହ ଅତିଶୀଘ୍ର SOPଜାରି କରାଯିବ ବୋଲ ସୂଚନା ଦେଇଛିି BMC ।

Get real time updates directly on you device, subscribe now.