fbpx

କ୍ୟାପଟେନ ଅମରିନ୍ଦରଙ୍କର ପାକିସ୍ତାନୀ ମହିଳାଙ୍କ ସହିତ ଲିଙ୍କ୍‌; ତଦନ୍ତ କରିବାକୁ ପଞ୍ଜାବ ସରକାରଙ୍କ ଇସାରା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ସହିତ ସମ୍ପର୍କ ଥିବା ନେଇ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ଅଭିଯୋଗ କରିଥିବା ଥିଲେ । ମାତ୍ର ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରାନ୍ଧୱା ଶୁକ୍ରବାର ଦିନ କହିଛନ୍ତି ଯେ ଅମରିନ୍ଦରଙ୍କର ପାକିସ୍ତାନୀ ବନ୍ଧୁ ଆରୁସା ଆଲାମ ଓ ଆଇଏସଆଇ ସହ ଥିବା ଲିଙ୍କ ନେଇ ଯାଞ୍ଚ କରାଯିବ । କାରଣ ଆରୁସା ପାକିସ୍ତାନର ଜଣେ ପ୍ରତିରକ୍ଷା ସାମ୍ବାଦିକ । ଆରୁସା ଆଲାମ ଏବଂ ଆଇଏସଆଇ ମଧ୍ୟରେ ଥିବା ଲିଙ୍କ ନେଇ ଡିଜିିଙ୍କୁ ଏହି ଘଟଣାର ଅନୁସନ୍ଧାନ କରିବାକୁ କହିବୁ ।

ଅମରିନ୍ଦର କହିଥିଲେ ଯେ, ସିଦ୍ଧୁଙ୍କର ପାକିସ୍ତାନ ଏବଂ ଆଇଏସଆଇ ସହିତ ଘନିଷ୍ଠ ସମ୍ପର୍କ ରହିଛି । ନିକଟରେ କ୍ୟାପଟେନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଏନଏସଏ ଅଜିତ ଡୋଭାଲଙ୍କୁ ମଧ୍ୟ ଦିଲ୍ଲୀରେ ଭେଟିଥିଲେ । ନିଜକୁ କଂଗ୍ରେସରେ ଅପମାନ ଦିଆଯାଇଛି ବୋଲି କହି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ନୂତନ ଦଳ ଗଠନ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ । କ୍ୟାପଟେନ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଏକ ମେଣ୍ଟ ବିଷୟରେ ମଧ୍ୟ କହିଥିଲେ ।

Get real time updates directly on you device, subscribe now.