୨ଟି ପ୍ଲାଟଫର୍ମରେ ରିଲିଜ୍ ହେଲା ରଣବୀରଙ୍କ ଧୁରନ୍ଧର ୨, କିନ୍ତୁ ଭାରତୀୟ ପ୍ରଶଂସକଙ୍କୁ ଲାଗିଲା ତଗଡ଼ା ଝଟକା
୨ଟି ପ୍ଲାଟଫର୍ମରେ ରିଲିଜ୍ ହେଲା ରଣବୀରଙ୍କ ଧୁରନ୍ଧର ୨
Dhurandhar 2: ବକ୍ସ ଅଫିସରେ ଧମାଲ୍ କରିବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଧମାକା କରିବାକୁ ପ୍ରସ୍ତୁତ ରଣବୀର ସିଂହଙ୍କ ଅଭିନୀତ ‘ଧୁରନ୍ଧର ୨’। ଆଜି ଅର୍ଥାତ୍ ମଇ ୧୫ ତାରିଖରେ ଏହି ସ୍ପାଏ-ଆକ୍ସନ୍ ଥ୍ରୀଲର ଫିଲ୍ମ ଓଟିଟିରେ ମୁକ୍ତିଲାଭ କରୁଛି। ତେବେ ଫିଲ୍ମର ରିଲିଜ୍କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି।
ଦୁଇଟି ଭିନ୍ନ ପ୍ଲାଟଫର୍ମରେ ରିଲିଜ୍
ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏକାସାଙ୍ଗରେ ଦୁଇଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି, କିନ୍ତୁ ଭିନ୍ନ ଭିନ୍ନ ଅଞ୍ଚଳ ପାଇଁ । ଭାରତରେ ଏହି ଫିଲ୍ମଟି ଜିଓହଟ୍ଷ୍ଟାର୍ ରେ ଷ୍ଟ୍ରିମିଂ ହେବ। ସେହିପରି ଆନ୍ତର୍ଜାତୀୟ ଦର୍ଶକଙ୍କ ପାଇଁ ଏହା ନେଟ୍ଫ୍ଲିକ୍ସ ରେ ଉପଲବ୍ଧ ହେବ।
ଭାରତୀୟ ପ୍ରଶଂସକ ଦେଖିପାରିବେନି ‘ଅନକଟ୍ ଭର୍ସନ’
ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଫିଲ୍ମର ‘ଅନକଟ୍ ଭର୍ସନ’। ବିଦେଶରେ ନେଟ୍ଫ୍ଲିକ୍ସରେ ରିଲିଜ୍ ହେଉଥିବା ଫିଲ୍ମରେ ସେହି ସବୁ ଦୃଶ୍ୟ ରହିବ ଯାହାକୁ ସେନ୍ସର ବୋର୍ଡ କାଟି ଦେଇଥିଲା କିମ୍ବା ସିନେମା ହଲ୍ରେ ଦେଖାଯାଇ ନଥିଲା। କିନ୍ତୁ ଭାରତରେ ଜିଓହଟ୍ଷ୍ଟାର୍ରେ ଫିଲ୍ମର କେବଳ ସେନ୍ସର ଭର୍ସନ ହିଁ ଦେଖିବାକୁ ମିଳିବ। ଏହାର ଅର୍ଥ ଭାରତୀୟ ପ୍ରଶଂସକମାନେ ଫିଲ୍ମର ଏହି ଏକ୍ସକ୍ଲୁସିଭ୍ ଦୃଶ୍ୟଗୁଡ଼ିକୁ ଦେଖିବାରୁ ବଞ୍ଚିତ ହେବେ।
ବକ୍ସ ଅଫିସରେ ରେକର୍ଡ ସୃଷ୍ଟି
‘ଧୁରନ୍ଧର ୨’ ୨୦୨୬ ମସିହାର ସବୁଠାରୁ ବଡ଼ ହିଟ୍ ଫିଲ୍ମ ଭାବେ ଗଣନା ହୋଇଛି । ଫିଲ୍ମଟି ବିଶ୍ୱବ୍ୟାପୀ ପ୍ରାୟ ୧,୭୯୬ କୋଟି ଟଙ୍କା ର ବ୍ୟବସାୟ କରି ଭାରତର ସର୍ବାଧିକ ଆୟକାରୀ ଫିଲ୍ମ ତାଲିକାରେ ସ୍ଥାନ ପାଇଛି। ଫିଲ୍ମରେ ରଣବୀର ସିଂହଙ୍କ ସହ ସଞ୍ଜୟ ଦତ୍ତ, ଆର ମାଧବନ୍, ଅର୍ଜୁନ ରାମପାଲ, ସାରା ଅର୍ଜୁନ ଏବଂ ରାକେଶ ବେଦୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

