fbpx

ବୁଲିଯିବାକୁ କହି ୧୩ ବର୍ଷିୟା ନାବାଳିକାଙ୍କୁ ଗଣଦୁଷ୍କର୍ମ, ନିଜ ସାଙ୍ଗ ଘଟାଇଛି ଏପରି ଅମାନବୀୟ କାଣ୍ଡ

ରାଞ୍ଚି: ମାତ୍ର ୧୩ ବର୍ଷିୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଯୌନ ରାକ୍ଷସ । ଏପରି ଅମାନବୀୟ କାଣ୍ଡ ଘଟିଛି ଝାଡ଼ଖଣ୍ଡ ରାଞ୍ଚିରେ । ସାଙ୍ଗ ସହ ବିଶ୍ୱାସଘାତ କଲା ସାଙ୍ଗ। ବୁଲିବାକୁ ଯିବା ବୋଲି କହି ନିଜେ ଓ ଅନ୍ୟ ୬ ଜଣ ମିଶି ଏପରି ଅମାନବୀୟ କାଣ୍ଡ ଘଟାଇଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପୋଲିସ ପାଇନି ।

ସୂଚନା ଅନୁସାରେ, ୧୩ ବର୍ଷିୟା ନାବାଳିକା ଜଣକ ଗାଁର ଜଣେ ପୁରୁଷଙ୍କ ସହ ବନ୍ଧୁତା କରିଥିଲେ । ସେମାନେ ଦୁହେଁ ବୁଲିବାକୁ ଯିବାକୁ ଯୋଜନା କରିଥିଲେ । ଆଉ ଏହି ଅନୁସାରେ ନାବାଳିକା ଜଣକ ପୁଅ ସାଙ୍ଗ ସହ ବୁଲିବାକୁ ଯାଇଥିଲେ । କିନ୍ତୁ ଏକ ନିର୍ଜନ ସ୍ଥାନରେ ପହଞ୍ଚିବା ପରେ ପୁଅ ବନ୍ଧୁଙ୍କ ସହ ଆଉ ୬ ଜଣ ପିଲାଙ୍କୁ ଦେଖି ନାବାଳିକାଙ୍କ ମନରେ ସନ୍ଦେହ ଆସିଥିଲା । ଆଉ ସେହି ସମୟରେ ପୁରୁଷ ବନ୍ଧୁଙ୍କୁ ନାବାଳିକା ଜଣକ ଘରକୁ ଫେରିଯିବାକୁ କହିଥିଲେ । ହେଲେ ପୁଅ ସାଙ୍ଗ ଜଣକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଆଉ ଏଥିରେ ରାଜି ନହେବାକୁ ଜଣକ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।

କେବଳ ଦୁଷ୍କର୍ମ କଲେ ତାହା ନୁହେଁ ବରଂ ତାଙ୍କୁ ସେହି ନିର୍ଜନ ସ୍ଥାନରେ ଏକୁଟିଆ ଛାଡ଼ି ପଳାଇ ଆସିଲେ। ରାତି ସାରା ସେହି ସ୍ଥାନରେ ରହିବା ପରେ ପରଦିନ ସକାଳେ ତାଙ୍କ ଘରେ ପହଞ୍ଚି ପରିବାର ଆଗରେ ସବୁ କଥା କହିଥିଲେ। ଏହା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା।

Get real time updates directly on you device, subscribe now.