fbpx

ପୁଣି ନିର୍ଭୟା କାଣ୍ଡ! ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ପୂରାଇଥିଲେ ରଡ୍, ଆଖି ବୁଜିଲେ ପୀଡ଼ିତା

ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ଜଣେ ମହିଳାଙ୍କ ସହିତ “ନିର୍ଭୟା” ପରି ଅତ୍ୟାଚାର ଦିଆଯାଇଛି । ଏଠାରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଗୋଟିଏ ଟେମ୍ପୋ ଭିତରେ ବଳାତ୍କାର କରଯାଇଥିଲା । ଘଟଣା ପରେ ତାଙ୍କ ଅବସ୍ଥା ଏତେ ଗୁରୁତର ହୋଇଥିଲା ଯେ, ତାଙ୍କୁ ଭେଣ୍ଟିଲେଟର୍ ରେ ଭର୍ତ୍ତି କରାଯାଇଥିଲା । ବଳାତ୍କାର ପରେ ପୀଡ଼ିତାଙ୍କ ପ୍ରାଇଭେଟ୍ ପାର୍ଟରେ ରଡ୍ ପୂରାଇ ଦିଆଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା ଯେ, ଶରୀରରୁ ବହୁତ ରକ୍ତା ବହାରି ଯାଇଥିଲା । ତେବେ ଆଜି ଅର୍ଥାତ୍ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି । ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଏହି ଘଟଣା ୨୦୨୧ ନିର୍ଭୟା ଘଟଣାକୁ ମନେପକାଇ ଦେଉଛି । ପୋଲିସ୍ କହିଛି ଯେ, ଘଟଣା ଘଟିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମୋହନ୍ ଚୌହାନ(୪୫)ଙ୍କୁ ଗିରଫ କରାଯାଇଥିଲା ।

ଶୁକ୍ରବାର ଦିନ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ କୁ ଏକ ଫୋନ୍ କଲ୍ ଆସିଥିଲା ଯେ, ଖୈରାନୀ ରୋଡ୍ ରେ ଜଣେ ବ୍ୟକ୍ତି ଏକ ମହିଳାଙ୍କୁ ନିର୍ମମ ଭାବରେ ମାଡ଼ ମାରୁଛି । ଖବର ପାଇ ପୋଲସ୍ ସେଠାରେ ପହଞ୍ଚି ଦେଖିଥିଲା ଯେ, ଜଣେ ମହିଳା ରକ୍ତାକ୍ତ ଅବସ୍ଥାରେ ରୋଡ୍ ଉପରେ ପଡ଼ିଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ସ୍ପଷ୍ଟ କରିଥିଲେ ଯେ, ମହିଳାଙ୍କ ସହିତ ଦୁଷ୍କର୍ମ ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ପୁରାଯାଇଛି ।

ପୋଲିସ୍ ଏହାପରେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । କୁହାଯାଉଛି ମହିଳା ଜଣନ ନିଜ ଭଉଣୀ ଘରକୁ ଯିବା ପାଇଁ ରାତି ୮ଟା ସମୟରେ ବାହାରିଥିଲେ । ସିସିଟିଭିରେ ସଫା ସଫା ଦେଖିବାକୁ ମିଳିଛି ଯେ, ଯୁବକ ଜଣକ ମହିଳାଙ୍କୁ ଖୁବ୍ ଜୋରରେ ମାଡ଼ ମାରୁଛି । ଆଉ ଜଣେ ଯୁବକ ଟେମ୍ପୋରୁ ବାହାରକୁ ବାହାରୁଛିଓ ଦୌଡ଼ି ଯିବାକୁ ଚେଷ୍ଟା କରୁଛି ।

 

Get real time updates directly on you device, subscribe now.