fbpx

ମୂଷା ଧରିବା ପାଇଁ ଆସିଲା ଚାକିରୀ; କୋଟି କୋଟି ଟଙ୍କା ମିଳିବ ଦରମା

ନୂଆଦିଲ୍ଲୀ: ସହରରେ ବଢୁଥିବା ଅଳିଆ କାରଣରୁ ମୂଷାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ମୂଷାଙ୍କୁ ଧରିବା ପାଇଁ ଚାକିରୀ ବାହାରିଛି । ତେବେ ବର୍ତ୍ତମାନ ଆମେରିକାର ନ୍ୟୁୟର୍କରେ ଏଭଳି ଏକ ଚାକିରି ବିଷୟରେ ଆଲୋଚନା ହେଉଛି, ଯାହାର ଦରମା ଭାରତର ଏକ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ତୁଳନାରେ ଅଧିକ । ଏହି ଚାକିରୀ ହେଉଛି ମୂଷାମାନଙ୍କୁ ମାରିବା । ବାସ୍ତବରେ ନ୍ୟୁୟର୍କ ସହରର ମୂଷାଙ୍କ ସଂଖ୍ୟା ବହୁତ ଅଧିକ ହୋଇଛି ଏବଂ ଏହି କାରଣରୁ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବଂ ଏଠିକାର ମେୟର ବୁଧବାର ଦିନ ନ୍ୟୁୟର୍କରେ ମୂଷା ମାରିବା ପାଇଁ ନିଯୁକ୍ତି ଘୋଷଣା କରିଛନ୍ତି ।

ସହରର ପରିମଳ ବିଭାଗ କହିଛି ଯେ ଦୁଇ ବର୍ଷ ମଧ୍ୟରେ ନ୍ୟୁୟର୍କରେ ମୂଷାଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଏଥି ସହିତ ଘରେ ମଧ୍ୟ ବହୁ ସଂଖ୍ୟାରେ ମୂଷା ଦେଖାଯାଉଛି । ଯେଉଁଭଳି ଭାବରେ ମୂଷାଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି, ଏହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ବିଭାଗର ସୂଚନାନୁସାରେ ଆବର୍ଜନା ବଢୁଥିବା ହେତୁ ସହରରେ ମୂଷାଙ୍କ ସଂଖ୍ୟା ବଢିିବାରେ ଲାଗିଛି ।

ମେୟର ଏରିକ ଆଡାମ୍ସ ଅଫିସ ତରଫରୁ ଏହି ସପ୍ତାହରେ ଏକ ଚାକିରି ତାଲିକା ବାହାରିଛି । ଯେଉଁ ପୋଷ୍ଟରେ ତାଙ୍କୁ ମୂଷା ଧରୁଥିବା ବ୍ୟକ୍ତି ଆବଶ୍ୟକ ବୋଲି କୁହାଯାଇଛି । ଏହା ମଧ୍ୟ ଲେଖାଯାଇଛି ଯେ ନ୍ୟୁୟର୍କ ସହରର ମୂଷା ସଂଖ୍ୟା ସହିତ ଲଢିବା ପାଇଁ ଜଣେ ନିର୍ଦ୍ଦେଶକଙ୍କ ଆବଶ୍ୟକ ରହିଛି ।
ଏହି କାମ ସମସ୍ତଙ୍କ ପାଇଁ ନୁହେଁ । ଚାକିରି ପାଇଁ ଆବେଦନ କରୁଥିବା ବ୍ୟକ୍ତି ନିଶ୍ଚିତ ଭାବରେ ନ୍ୟୁୟର୍କ ସହରରୁ ହୋଇଥିବା ଆବଶ୍ୟକ । ଏବଂ ବଛାଯାଇଥିବା ବ୍ୟକ୍ତିଙ୍କୁ ଦରମା ହିସାବରେ ୧୨୦ ହଜାର ଡଲାର (୯୭ ଲକ୍ଷ ୭୨ ହଜାର ୮୦୦) ରୁ ୧୭୦ ହଜାର ଡଲାର (ଏକ କୋଟି ୩୮ ଲକ୍ଷ ୪୪ ହଜାର ୮୦୦) ଟଙ୍କା ମିଳିବ । ଯେଉଁଥିରେ ଆବେଦନକାରୀ ସ୍ନାତକ ପାସ କରିଥିବା ଆବଶ୍ୟକ ।

Get real time updates directly on you device, subscribe now.