fbpx

ଚନ୍ଦ୍ରଗ୍ରହଣ ପାକତ୍ୟାଗ: ହେତୁବାଦୀ-ପରମ୍ପରାବାଦୀ ମଧ୍ୟରେ ଖଣ୍ଡଯୁଦ୍ଧ, ପୋଲିସର ଲାଠିମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଚନ୍ଦ୍ରଗ୍ରହଣ ଅବସରରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ । ଚନ୍ଦ୍ରଗ୍ରହଣର ପ୍ୟାକତ୍ୟାଗକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ରାଜଧାନୀ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ମାରପିଟ୍ ଦେଖିବାକୁ ମିଳିଛି । ଉଭୟେ ଗଣ୍ଡଗୋଳ ଲାଗିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଲାଠିମାଡ଼ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଲୋହିୟା ଏକାଡେମି ନିକଟରେ ହେତୁବାଦୀ ଓ ପରମ୍ପରାବାଦୀ ମାରପିଟ ହୋଇଥିବା ଜଣାପଡ଼ିଛି । ତେବେ ବ୍ରହ୍ମପୁରରେ ବଜରଙ୍ଗ ଦଳର କର୍ମୀମାନେ ହେତୁବାଦୀଙ୍କୁ ବିରୋଧ କରିଥିବା ଦେଖାଯାଇଛି । ହେତୁବାଦୀଙ୍କ ପକ୍ଷରୁ ବ୍ରହ୍ମପୁରଠାରେ ଏକ ଗଣଭୋଜନର ଆୟୋଜନ କରାଯାଇଥିଲା । ଏହି ସମୟରେ ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ହେତୁବାଦୀଙ୍କର ବ୍ୟାନର ଚିରିବା ସହ ଗୋବର ମାଡ଼ କରିଥିବା ଦେଖାଯାଇଥିଲା ।

ସୂଚନାଯୋଗ୍ୟ ଯେ, ନିକଟରେ ହେତୁବାଦୀମାନେ ସୂର୍ଯ୍ୟପରାଗକୁ ମାନିନଥିଲେ । ସୂର୍ଯ୍ୟପରାଗ ଅବସରରେ ପାକ୍ ନିଷେଧ ଥିବାବେଳେ ହେତୁବାଦୀମାନେ ଚିକେନ୍ ବିରିୟାନୀ ରୋଷେଇ କରି ଖାଇଥିଲେ । ଏହି ଘଟଣାକୁ ନେଇ ହେତୁବାଦୀମାନେ ଚାରିଆଡ଼ୁ କଡ଼ା ସମାଲୋଚନାର ଶିକାର ହୋଇଥିଲେ ।

Get real time updates directly on you device, subscribe now.