fbpx

ଏଠାରେ ରାମ ନୁହେଁ, ବିଜୟାଦଶମୀରେ ପୂଜା ପାଏ ରାବଣ, କରାଯାଏ ବିଶେଷ ଆୟୋଜନ

ଭୋପାଳ : ସମଗ୍ର ଦେଶରେ ଭଗବାନ ରାମଙ୍କ ଦ୍ୱାରା ଲଙ୍କାପତି ରାବଣଙ୍କ ବଧକୁ ବିଜୟାଦଶମୀର ପର୍ବ ଭାବେ ପାଳନ କରାଯାଏ । ମାତ୍ର କିଛି ସ୍ଥାନରେ ରାବଣ ଏବଂ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । ମଧ୍ୟ ପ୍ରଦେଶର ଭିଦିଶା ଏବଂ ରାଜଗଢ ସହିତ କିଛି ଅନ୍ୟ ସ୍ଥାନରେ ଏମିତି ପରମ୍ପରା ରହିଛି । ଗାଁର ଲୋକେ ଆଜି ରାବଣ ଦହନ କରନ୍ତି ନାହିଁ ବରଂ ସ୍ୱତନ୍ତ୍ର ଭାବେ ଏହାର ପୂଜାର୍ଚ୍ଚନା କରନ୍ତି ।

ବିଜୟାଦଶମୀରେ ରାବଣ ଦହନର ପରମ୍ପରା ରହି ଆସିଛି । ସମସ୍ତ ମନ୍ଦର ପ୍ରତୀକ କୁହାଯାଉଥିବା ରାବଣର କୁଶପୁତ୍ତଳିକା ଦାହ ସମାରୋହପୂର୍ବକ କରାଯାଏ । ଭଗବାନ ରାମଙ୍କ ଜୟ ଜୟକାର ମଧ୍ୟରେ ରାବଣ ଦହନ ହୋଇଥାଏ । ମାତ୍ର ମଧ୍ୟ ପ୍ରଦେଶର ଭିଦିଶା ଜିଲ୍ଲାର ନଟେରନ ତହସିଲରେ ରହିଛି ରାବଣ ଗ୍ରାମ । ଏଠାରେ ବିଜୟାଦଶମୀ ଦିନ ରାବଣର ପୂଜା କରାଯାଏ । ରାବଣ ଗ୍ରାମରେ ଏକ ଶୋଇଥିବା ପ୍ରତୀମା ରହିଛି, ଯାହାକୁ ରାବଣ ରୂପରେ ପୂଜା କରାଯାଏ । ଏହି ଗାଁରେ କୌଣସି ବି ଶୁଭ କାର୍ଯ୍ୟ ରାବଣ ମନ୍ଦିରରେ ପୂଜା ପରେ ହିଁ ଆରମ୍ଭ ହୋଇଥାଏ ।

ଭିଦିଶାର ଗଞ୍ଜବାସୌଦା ନିକଟରେ ପତିଲା ନାମକ ଏକ ଗାଁ ରହିଛି । ଏଠାରେ ରାବଣର ପୁଅ ମେଘନାଦର ଚବୁତରା ରହିଛି । ଚବୁତରାରେ ଏକ ସ୍ତମ୍ଭ ରହିଛି । ଯାହାକୁ ମେଘନାଦର ପ୍ରତୀକ ମାନାଯାଏ । ବିଜୟାଦଶମୀରେ ଏହାକୁ ସ୍ୱତନ୍ତ୍ର ପୂଜା କରାଯାଏ । ଗାଁ ଲୋକଙ୍କ ଅନୁଯାୟୀ, କୌଣସି ଶୁଭ କାମ ପୂର୍ବରୁ ବାବା ମେଘନାଦଙ୍କ ପୂଜା କରାଯାଏ ।

Get real time updates directly on you device, subscribe now.