fbpx

ପରଲୋକରେ ରବି କିଶନଙ୍କ ବଡ଼ଭାଇ: ଗୋଟିଏ ବର୍ଷରେ ଚାଲିଗଲେ ଦୁଇଭାଇ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଅଭିନେତା ରବି କିଶନଙ୍କ ବଡ଼ ଭାଇଙ୍କର ପରଲୋକ ଘଟିଛି । ଗତବର୍ଷ ମାର୍ଚ୍ଚ ମାସରେ ରବିଙ୍କ ବଡ଼ଭାଇ ରମେଶ ଶୁକ୍ଲା ମୃତ୍ୟୁବରଣ କରିଥିଲେ । ଏବେ ରବିଙ୍କ ବଡ଼ଭାଇ ରାମ କିଶନ ଶୁକ୍ଲା ଆରପାରିକୁ ଚାଲିଯାଇଛନ୍ତି । ରାମଙ୍କ ମୃତ୍ୟୁ ନେଇ ସାଂସଦ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଅଚାନକ ହୃଦ ସ୍ପନ୍ଦନ ବନ୍ଦ ହୋଇଯିବା କାରଣରୁ ରାମଙ୍କ ମୃତ୍ୟୁ ଘଟିଥିଲା । ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଦ୍ୱିପ୍ରହର ୧୨ଟା ସମୟରେ ଆଖି ବୁଜିଥିଲେ । ଗତବର୍ଷ ରବିଙ୍କ ବଡ଼ ଭାଇ ରମେଶ ଏମ୍ସରେ ମୃତ୍ୟୁବରଣ କରିଥିଲେ । ସେ କ୍ୟାନ୍ସରରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ଦୁଇ ଜଣ ସଦସ୍ୟଙ୍କୁ ହରାଇ ରବିଙ୍କ ପରିବାର ଏବେ ଦୁଃଖର ସାଗରରେ ବୁଡ଼ି ରହିଛି ।

ରବିଙ୍କ ବଡ଼ଭାଇ ରାମ ମୁମ୍ବାଇରେ ରହୁଥିଲେ । ଆଜି ଦ୍ୱିପ୍ରହର ସମୟରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଫଳରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଗୋଟିଏ ବର୍ଷରେ ଦୁଇ ବଡ଼ ଭାଇ ରାମ ଓ ରମେଶଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସାନଭାଇ ରବି । ଏଥିସହିତ ପରିବାରକୁ ଲାଗିଛି ଏକ ବଡ଼ ଝଟକା । ସୂଚନାଯୋଗ୍ୟ ଯେ, ରବି ଜଣେ ଲୋକପ୍ରିୟ ଭୋଜପୁରୀ ଷ୍ଟାର ଅଟନ୍ତି । ରବି ହିନ୍ଦି, ତେଲୁଗୁ, ତାମିଲ ଓ କନ୍ନଡ଼ ଆଦି ବିଭିନ୍ନ ଭାଷାରେ ଫିଲ୍ମରେ ଅଭିନୟ କରିସାରିଛନ୍ତି । ସେ ବର୍ତ୍ତମାନ ଉତ୍ତରପ୍ରଦେଶର ଗୋରଖପୁର ଆସନରୁ ବିଜେପି ସାଂସଦ ଅଛନ୍ତି ।

Get real time updates directly on you device, subscribe now.