ସତ ହେଲା ଗୁଜବ: କାବ୍ୟାଙ୍କ ସିନ୍ଥିରେ ସିନ୍ଦୂର ଦେବେ ସଙ୍ଗୀତ ଜାଦୁଗର ଅନିରୁଦ୍ଧ
ଅନିରୁଦ୍ଧଙ୍କୁ କାବ୍ୟା ମାରାନ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ଉଭୟ ବିଦେଶ ପରିଭ୍ରମଣରେ ଯାଉଥିବା ଫଟୋ ଭାଇରାଲ୍ ହେଉଥିଲା
ଚେନ୍ନାଇ: ସତ ହେଲା ଗୁଜବ। କାବ୍ୟା ମାରାନଙ୍କ ସିନ୍ଥିରେ ସିନ୍ଦୂର ଦେବେ ସଙ୍ଗୀତର ଜାଦୁଗର ଅନିରୁଦ୍ଧ ରବିଚନ୍ଦ୍ର। ଉଭୟଙ୍କ ବାହାଘର ନେଇ ପରିବାର ପକ୍ଷରୁ ସ୍ପଷ୍ଟ ହୋଇଛି। ତାମିଲ ଓ ବଲିଉଡ୍ ସିନେମା ସଙ୍ଗୀତ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଥିବା ସଂଗୀତକାର ଅନିରୁଦ୍ଧ ସନ୍ରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରାନଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅନିରୁଦ୍ଧଙ୍କ କାକା ତଥା ଅଭିନେତା ୱାଇ.ଜି. ମହେନ୍ଦ୍ର ଏନେଇ ଘୋଷଣା କରିଛନ୍ତି।
ଅନିରୁଦ୍ଧଙ୍କୁ କାବ୍ୟା ମାରାନ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ଉଭୟ ବିଦେଶ ପରିଭ୍ରମଣରେ ଯାଉଥିବା ଫଟୋ ଭାଇରାଲ୍ ହେଉଥିଲା। ଏହାକୁ ନେଇ ଅନେକ ସମୟରେ କଳ୍ପନାଜଳ୍ପନା ଲାଗି ରହୁଥିଲା। ହେଲେ ଉଭୟ କୌଣସି ଆନୁଷ୍ଠାନିକ ଘୋଷଣା କରୁନଥିବାରୁ ଗୁଜବ ଭାବେ ଗ୍ରହଣ କରାଯାଉଥିଲା। ଏବେ କିନ୍ତୁ ଉଭୟଙ୍କ ବାହାଘର ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି। ଖୁବ୍ଶୀଘ୍ର ଉଭୟଙ୍କ ବାହାଘର ହେବ ବୋଲି ଅନିରୁଦ୍ଧଙ୍କ ପରିବାର ପକ୍ଷରୁ କୁହାଯାଇଛି।
ୱାଇ.ଜି. ମହେନ୍ଦ୍ର କହିଛନ୍ତି, ଅନିରୁଦ୍ଧ ଜଣେ ବହୁତ ଭଦ୍ର ବ୍ୟକ୍ତି। ତାଙ୍କ ବିବାହ ପାଇଁ ପ୍ରସ୍ତୁତି ବର୍ତ୍ତମାନ ଚାଲିଛି। ଅନିରୁଦ୍ଧଙ୍କୁ ଅଭିନନ୍ଦନ ଜଣାଇ ଅଭିନେତା ଆହୁରି କହିଛନ୍ତି, ମୁଁ ତାଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ସେ ଏବେ ବିବାହ କରିବାକୁ ଯାଉଛନ୍ତି।”
ୱାଇ.ଜି. ମହେନ୍ଦ୍ର କହିଛନ୍ତି; ଅନିରୁଦ୍ଧ ଓ କାବ୍ୟାଙ୍କର ପ୍ରେମ ସମ୍ପର୍କ ରହିଛି। ଉଭୟ ପରସ୍ପରକୁ ଭଲ ପାଉଛନ୍ତି। ଏଥିପାଇଁ ଅନିରୁଦ୍ଧ ପରିବାର ସଦସ୍ୟଙ୍କଠାରୁ ସ୍ୱୀକୃତି ପାଇଛନ୍ତି। ଖୁବ୍ଶୀଘ୍ର ଉଭୟଙ୍କ ବାହାଘର ହେବ ବୋଲି ମହେନ୍ଦ୍ର କହିଛନ୍ତି।
ବୋହୂ କାବ୍ୟ ମାରଣଙ୍କୁ ପ୍ରଶଂସା କରି ସେ କହିଛନ୍ତି, “ସେ କୌଣସି ସାଧାରଣ ଝିଅ ନୁହଁନ୍ତି। ତାଙ୍କ ପାଖରେ ଏତେ ବଡ଼ ଦଳ ପରିଚାଳନା କରିବାର କ୍ଷମତା ଅଛି। ସେ ତାଙ୍କ ପିତାଙ୍କଠାରୁ ବ୍ୟବସାୟିକ ବୁଦ୍ଧି ଉତ୍ତରାଧିକାରୀ ଭାବରେ ପାଇଛନ୍ତି। ସେମାନେ ଏକ ମହାନ ଯୋଡ଼ି। ଯଦି ସେମାନେ ଏକାଠି ହୁଅନ୍ତି, ତେବେ ସେମାନେ ସଙ୍ଗୀତ ବ୍ୟବସାୟରେ ମଧ୍ୟ ଏକ ବଡ଼ ନାମ କରିପାରିବେ।”
ଅନିରୁଦ୍ଧଙ୍କ ବିବାହ ଖବର ଶୁଣି ପ୍ରଶଂସକମାନେ ଖୁସି ପ୍ରକାଶ କରିଛନ୍ତି। ହେଲେ ଅନିରୁଦ୍ଧ କିମ୍ବା କାବ୍ୟା ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ଖବର ସମ୍ପର୍କରେ ମତପ୍ରକାଶ କରିନାହାନ୍ତି।
ଅନିରୁଦ୍ଧ ଓ ରଜନୀକାନ୍ତଙ୍କ ମଧ୍ୟରେ କ’ଣ ସମ୍ପର୍କ ଅଛି?
ଅନିରୁଦ୍ଧ ରବିଚନ୍ଦ୍ର ଦକ୍ଷିଣ ଭାରତୀୟ ତାରକା ରବି ରାଘବେନ୍ଦ୍ରଙ୍କ ପୁଅ। ତାଙ୍କ ମାଆ ଲକ୍ଷ୍ମୀ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ରଜନୀକାନ୍ତଙ୍କ ପତ୍ନୀ ଲତା ହେଉଛନ୍ତି ଅନିରୁଦ୍ଧଙ୍କ ମାଉସୀ। ତେଣୁ ରଜନୀକାନ୍ତ ହେଉଛନ୍ତି ତାଙ୍କ ମଉସା। ଅନିରୁଦ୍ଧ ରଜନୀକାନ୍ତ, କମଲ ହାସନ, ଜୁନିଅର ଏନଟିଆର ଏବଂ ଥାଲାପତି ବିଜୟଙ୍କଠାରୁ ଆରମ୍ଭ କରି ଶାହରୁଖ ଖାନଙ୍କ ପାଇଁ ସଙ୍ଗୀତ ରଚନା କରିଛନ୍ତି।


