fbpx

ରବିନ୍ଦ୍ର ଜାଡେଜାଙ୍କ ଦମଦାର କମବ୍ୟାକ: ମାଞ୍ଜରେକରଙ୍କୁ ଟ୍ୱିଟ କରି ପୁଣି ଆସିଲେ ଚର୍ଚ୍ଚାକୁ

ନୂଆଦିଲ୍ଲୀ: ଆହତ ସମସ୍ୟା ପରେ ଫେରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ପୁଣିଥରେ ମାରିଛନ୍ତି ଏକ ଜବରଦସ୍ତ କମବ୍ୟାକ । ତେବେ ଇଣ୍ଡିଆନ କ୍ରିକେଟ ଟିମକୁ ନୁହେଁ ବରଂ ସେ ସୋସିଆଲ ମିଡିଆରେ ମାରିଛନ୍ତି ଏହି ଗ୍ରାଣ୍ଡ ଏଣ୍ଟ୍ରି । ଭାରତର ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକରଙ୍କୁ ଏକ ଟ୍ୱିଟ କରି ପୁଣିଥରେ ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ମାଞ୍ଜରେକରଙ୍କ ଏକ ଫଟୋକୁ ଟ୍ୱିଟ କରି ଜାଡେଜା ଏକ ମଜାଦାର ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି, ‘ମୁଁ ମୋର ପ୍ରିୟ ବନ୍ଧୁଙ୍କୁ ସ୍କ୍ରୀନରେ ଦେଖିପାରୁଛି ।’ ମାଞ୍ଜରେକର ମଧ୍ୟ ଜାଡେଜାଙ୍କ ଏହି ପୋଷ୍ଟରେ ରିଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି,’ହା ହା… କିନ୍ତୁ ତୁମର ମିତ୍ର ତୁମକୁ ଖୁବଶୀଘ୍ର ମଇଦାନରେ ପୁଣିଥରେ ଦେଖିବାକୁ ଉତ୍ସାହିତ ରହିଛି ।’ ତେବେ ସଞ୍ଜୟ ମାଞ୍ଜରେକର ଏବଂ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ୨୦୧୯ ବିଶ୍ୱକପରୁ ବିବାଦ ଆରମ୍ଭ ହୋଇଥିଲା । ଜାଡେଜାଙ୍କୁ ‘ବିଟ୍ସ ଆଣ୍ଡ ପିସ ପ୍ଲେୟର’ କହିବାରୁ ଉଭୟଙ୍କ ମଧ୍ୟରେ ଏହି ବିବାଦ ଜୋର ଧରିଥିଲା । ତେବେ ନିଜ ପ୍ରଦର୍ଶନ ସହିତ ମାଞ୍ଜରେକରଙ୍କ ଏହି କଥାର ପ୍ରତିକ୍ରିୟା ଦେଇଥିଲେ ଜାଡେଜା ।

ଏବେ ସେ ସମୟର ଏହି ବିବାଦକୁ ଉଭୟ ଖେଳାଳି ଭୁଲି ଯାଇଥିବା ମନେ ହେଉଛି । ଉଭୟଙ୍କର ଏହି ପୋଷ୍ଟ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସାମନାରେ ରଖିଛି । ନିକଟରେ ଏସିଆ କପରେ ଉଭୟ ଭେଟ ହେବାରୁ ମାଞ୍ଜରେକର ଏବଂ ଜାଡେଜାଙ୍କ ମଧ୍ୟରେ ସାମାନ୍ୟ ଖୁସି ମଜାକ କରୁଥିବାର ମଧ୍ୟ ଦେଖା ଯାଇଥିଲା ।

Get real time updates directly on you device, subscribe now.