fbpx

ସିିଦ୍ଧୁଙ୍କ ସମର୍ଥନରେ ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କଲେ ରେଜିଆ ସୁଲତାନା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ଅର୍ନ୍ତଦ୍ୱନ୍ଦ ଥମିବାର ନାମ ନେଉନାହିଁ । ପଞ୍ଜାବ କଂଗ୍ରେସ ସଭାପତି ଦାୟିତ୍ୱରେ ରହିଥିବା ନଭଜୋତ ସିଂ ସିଦ୍ଧୁ ଇସ୍ତଫା ପ୍ରଦାନ କରିବା ପରେ ଏହି ଅନ୍ତଃକନ୍ଦଳ ଆହୁରି ବଢିବାରେ ଲାଗିଛି । ସିଦ୍ଧୁଙ୍କ ଇସ୍ତଫାର ମାତ୍ର କିଛି ଘଣ୍ଟା ମଧ୍ୟରେ ଜଣେ ମହିଳା ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଭାବରେ ଚରଣ ସିଂ ଚନ୍ନିଙ୍କ ନିଯୁକ୍ତିକୁ ନେଇ ସିଦ୍ଧୁ ଖୁସି ନଥିବା ବେଳେ ସିଦ୍ଧୁଙ୍କ ଇସ୍ତଫାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମାଲେରକୋଟଲା ବିଧାୟିକା ରେଜିଆ ସୁଲତାନା । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ନିକଟକୁ ରେଜିଆ ପଠାଇଥିବା ଇସ୍ତଫା ପତ୍ରରେ ମଧ୍ୟ ସିଦ୍ଧୁଙ୍କ ସମର୍ଥନରେ ପଦ ଛାଡୁଥିବା ନେଇ ସୂଚନା ଦେଇଛନ୍ତି ରେଜିଆ । ସିଦ୍ଧୁଙ୍କ ସମର୍ଥନରେ ସେ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ସମଗ୍ର ରାଜ୍ୟରେ କଂଗ୍ରେସ ପାଇଁ କାମ କରିବା ଜାରି ରଖିବେ ବୋଲି ସୁଲତାନା କହିଛନ୍ତି ।

Get real time updates directly on you device, subscribe now.