fbpx

ଚେକ୍ ମାଧ୍ୟମରେ ପେମେଣ୍ଟ କରୁଥିଲେ ସାବଧାନ୍, RBI ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ: ଚେକ୍ ମାଧ୍ୟମରେ ଯଦି ଆପଣ ପେମେଣ୍ଟ କରିବାକୁ ଯାଉଛନ୍ତି, ତେବେ ଟିକେ ସତର୍କ ରୁହନ୍ତୁ । କାରଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଆରବିଆଇ ବ୍ୟାଙ୍କିଙ୍ଗ ନିୟମରେ କିଛି ପରିବର୍ତ୍ତନ କରିଛି । ଏହି ନିୟମ ଚଳିତ ମାସ ଅର୍ଥାତ୍ ଅଗଷ୍ଟ ୧ରୁ ଲାଗୁ ହୋଇସାରିଛି । ଏଥିପାଇଁ ଯଦି ଆପଣ ଚେକ୍ ମାଧ୍ୟମରେ ପେମେଣ୍ଟ କରୁଛନ୍ତି, ତେବେ କିଛି ନିୟମ ପ୍ରତି ଧ୍ୟାନ ଦେବା ଉଚିତ୍ । ନଚେତ୍ ଆପଣଙ୍କୁ ଜୋରିମାନା ଦେବାକୁ ପଡିବ ।

ଆରବିଆଇ ଏବେ ୨୪ ଘଣ୍ଟା ମଧ୍ୟରେ କ୍ଲିୟରିଙ୍ଗର ସୁବିଧା ଜାରି ରଖିବାକୁ ନିଷ୍ପତ୍ତି ନେଇଛି । ଯାହାର ପ୍ରଭାବ ଚେକ୍ ପେମେଣ୍ଟ କରିବାର ପଦ୍ଧତି ଉପରେ ପଡିବ । ଯେକୌଣସି ଚେକ୍ କ୍ଲିୟର ହେବା ପାଇଁ ୨ ଦିନର ସମୟ ଲାଗିଥାଏ, କିନ୍ତୁ ଏହି ନିୟମ ଲାଗୁ ପରେ ୨ ଦିନର ସମୟ ଲାଗିବ ନାହିଁ । ଅର୍ଥାତ୍ ଚେକ୍ ରଖିବା ମାତ୍ରେ ଆମାଉଣ୍ଟ କ୍ଲିୟର ହୋଇଯିବ । ଏଥିପାଇଁ ଆପଣଙ୍କୁ ସେତିକି ଟଙ୍କା ରଖିବାକୁ ପଡିବ, ଯାହାଫଳରେ ସେହି ଚେକ୍ କ୍ଲିୟର ହୋଇପାରିବ । ଯଦି ଆପଣ ଚେକ୍ ଦେଇ ଭାବୁଛନ୍ତି କି, କାଲି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେବେ, ତେବେ ଆପଣଙ୍କ ଚେକ୍ ବାଉନ୍ସ ହୋଇପାରେ ଓ ଆପଣଙ୍କୁ ଜୋରିମାନା ଦେବାକୁ ପଡିପାରେ ।

ଏଥିପାଇଁ ଚେକ୍ ଜାରି କରିବା ସମୟରେ ଆପଣଙ୍କୁ ବହୁତ ସାବଧାନ୍ ରହିବାକୁ ପଡିବ । ପ୍ରଥମେ ନିଜ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରନ୍ତୁ ଓ ପରେ ଚେକ୍ ଜାରି କରନ୍ତୁ । ରିଜର୍ଭ ବ୍ୟାଙ୍କ ଏନଏସିଏଚକୁ ଏବେ ୨୪ ଘଣ୍ଟା ୭ ଦିନ ଚାଲୁ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିୟମ ସମସ୍ତ ରାଷ୍ଟ୍ରୀୟକୃତ ଓ ବେସରକାରୀ ବ୍ୟାଙ୍କରେ ଲାଗୁ ହେବ । ଏହି ନିୟମ ଅନୁସାରେ ଏବେ ଛୁଟି ଦିନରେ ବି ଚେକ୍ କ୍ଲିୟର ହୋଇଯିବ । ଏପରି ପରିସ୍ଥିତିରେ ଆପଣଙ୍କୁ ଅଧିକ ସତର୍କ ରହିବାକୁ ପଡିବ ।

Get real time updates directly on you device, subscribe now.