fbpx

୮ଟି ବ୍ୟାଙ୍କ ଉପରେ ଜରିମାନା ଲାଗୁକଲା RBI: ଆପଣଙ୍କ ଆକାଉଣ୍ଟ ଏହି ବ୍ୟାଙ୍କରେ ଅଛି ନା ନାହିଁ ଚେକ୍ କରିନିଅନ୍ତୁ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ୮ଟି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯାଇଛି । ନିୟମ ଅବମାନନା କରିବା ଅଭିଯୋଗ ଆସିବା ପରେ ଆରବିଆଇ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ସୁରତର ଆସୋସିଏଟ୍ କୋପଅରେଟିଭ୍ ବ୍ୟାଙ୍କ, ବରାଛା କୋପଅରେଟିଭ୍ ବ୍ୟାଙ୍କ, ମୁମ୍ବାଇ ମୋଗବୀରା କୋପଅରେଟିଭ୍ ବ୍ୟାଙ୍କ, ବସଇ ଜନତା କୋପଅରେଟିଭ୍ ବ୍ୟାଙ୍କ, ରାଜକୋଲ ପିପୁଲ୍ସ କୋପଅରେଟିଭ୍ ବ୍ୟାଙ୍କ, ଭଦ୍ରାଦ୍ରୀ କୋପଅରେଟିଭ୍ ଅର୍ବାନ ବ୍ୟାଙ୍କ, ଜମ୍ମୁ ସେଣ୍ଟ୍ରାଲ କୋପଅରେଟିଭ୍ ବ୍ୟାଙ୍କ, ଜମ୍ମୁ ଓ ଯୋଧପୁର ନାଗରିକ କୋପଅରେଟିଭ୍ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୮ଟି ବ୍ୟାଙ୍କ ଉପରେ ମୋଟ ୧୪ ଲକ୍ଷ ଟଙ୍କା ଆର୍ଥିକ ଜରିମାନା ଲାଗୁ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଆରବିଆଇ ମୁମ୍ବାଇର ସିଟି କୋପଅରେଟିଭ୍ ବ୍ୟାଙ୍କ ଉପରେ କଟକଣା ଜାରି କରିଥିଲା । ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ହେବା କାରଣରୁ ଆରବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତେବେ ଏହି କଟକଣା କେବଳ ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ବେଳେ ଗ୍ରାହକଙ୍କ ନେଣଦେଣ ନେଇ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.