fbpx

ATM ରୁ ଟଙ୍କା ନବାହାରିଲେ ଏମିତି କରନ୍ତୁ ଅଭିଯୋଗ; ବ୍ୟାଙ୍କ ଦେବ ୧୦ ହଜାର ଟଙ୍କା ଫାଇନ

ନୂଆଦିଲ୍ଲୀ: ଆପଣ ଏଟିଏମ୍ ରୁ ଟଙ୍କା ବାହାର କରୁଥିବା ବେଳେ ବହୁତ୍ ଥର ଟଙ୍କା ବାହାରି ନଥାଏ। ପୂର୍ବରୁ ଏହାକୁ ନେଇ କୌଣସି ଦଣ୍ଡ ରହିନଥିଲା ମାତ୍ର rbi ପକ୍ଷରୁ ନିୟମରେ ପରିବର୍ତ୍ତନ କରା ଯାଇଛି। ଏଣିକି atm ରୁ ଟଙ୍କା ନବାହାରିଲେ ବ୍ୟାଙ୍କ ଫାଇନ ଦେବ। ଆସନ୍ତା ଅକ୍ଟୋବର ମାସରୁ ଏହି ନିୟମ ଲାଗୁ କରିବାକୁ rbi ପକ୍ଷରୁ ଘୋଷଣା କରାଯାଇଛି। ଏହି ନିୟମ ଲାଗୁ ହେବା ପରେ ନୀୟମ୍ୱନ ମାନିଲେ ବ୍ୟାଙ୍କ ଗୁଡ଼ିକୁ ୧୦ ହଜାର ଟଙ୍କାର ଜୋରିମାନା କରାଯିବ।

ଶୁକ୍ରବାର rbi ପକ୍ଷରୁ ଏହି ନିୟମ ଘୋଷଣା କରାଯାଇଛି। ଏହା ସହିତ rbi ପକ୍ଷରୁ ଏକ ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ମଧ୍ଯ ଜାରି କରାଯାଇଛି। ଏହି ନମ୍ବର ହେଉଛି ୦୧୧-୨୩୭୧୧୩୩୩। ଯଦି ଆପଣ atm ରୁ ପଇସା ଉଠାଇବାରେ ସକ୍ଷମ ହେଉ ନାହାନ୍ତି ତେବେ ଏହି ନମ୍ବରରେ ସମ୍ପର୍କ କରନ୍ତୁ। ବ୍ୟାଙ୍କକୁ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ତେବେ ଯଦି ୧୦ ଘଣ୍ଟାରୁ ଅଧିକ ସମୟ ପାଇଁ atm ରେ ଟଙ୍କା ନ ରହୁଛି ତାହେଲେ ବ୍ୟାଙ୍କ ଗୁଡ଼ିକୁ ଏହି ଫାଇନ ଦେବାକୁ ପଡ଼ିବ।

ଏହି ନିୟମ ଅନୁସାରେ ତୃତୀୟ ପାର୍ଟି କମ୍ପାନୀ (wlao) ଗୁଡ଼ିକୁ ମଧ୍ୟ ଏହି ନିୟମ ପରିସର ଭୁକ୍ତ କରାଯାଇଛି। ଫାଇନ ଜାରି କରା ଯାଇଥିଲେ ୩୦ ଦିନ ମଧ୍ୟରେ ଏହା ବିରୋଧରେ ଅପିଲ କରିହେବ। ଫାଇନ ଲାଗୁ କରାଯିବା ଦିନ ଠାରୁ ୩୦ ଦିନ ମଧ୍ୟରେ ଆବେଦନ କଲେ ଏହା ଉପରେ ତଦନ୍ତ କରି ଫାଇନ ହେବ କି ନାହିଁ ବିଚାର କରାଯିବ ବୋଲି rbi ପକ୍ଷରୁ ଘୋଷଣା କରାଯାଇଛି।

Get real time updates directly on you device, subscribe now.