fbpx

ପୁଣି ୫୦ ପ୍ରତିଶତ ବଢ଼ିଲା ରେପୋ ରେଟ୍, ଆହୁରି ମହଙ୍ଗା ହେବ EMI

ନୂଆଦିଲ୍ଲୀ: ରେପୋରେଟ ବୃଦ୍ଧି କରିଲା ଆରବିଆଇ। ମୁଦ୍ରାସ୍ପୀତି ଚାପକୁ ଦୂର କରିବା ପାଇଁ ରିର୍ଜବ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ଦିନ ପଲିସି ରେପୋ ହାରକୁ ବୃଦ୍ଧି କରିଛନ୍ତି । ସୁଧହାର ବୃଦ୍ଧି ସହିତ ଏହା ତୃତୀୟ ବୃଦ୍ଧି ଅଟେ। ରେପୋ ରେଟରେ ୫୦ ବେସିକ ପଏଣ୍ଟ ବୃଦ୍ଧି କରାଯାଇଛି । ଯାହାଫଳରେ ରେପୋ ରେଟ ବୃଦ୍ଧି ପାଇ ୫.୪୦ରେ ପ୍ରତିଶତରେ ପହଞ୍ଚିଛି। ପ୍ରଥମେ ରେପୋ ରେଟ ୪.୯୦ ପ୍ରତିଶତ ଥିଲା ଯାହାକି ବର୍ତ୍ତମାନ ୫.୪୦ ପ୍ରତିଶତରେ ପହଞ୍ଚିଛି।

ସୂଚନା ମୁତାବକ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ମୁଦ୍ର ନୀତି କମିଟିର ଏକ ବୈଠକ ଏହି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ ବଢ଼ିବା ସ୍ୱାରା ଏହାର ପ୍ରଭାବ ଇଏମଆଇ ଏବଂ ଋଣ ଉପରେ ପଡିବ । ଏବେ ଇଏମଆଇ ଏବଂ ଋଣ ମହଙ୍ଗା ହେବ । ସୂଚନାମୁତାବକ ୪ମାସରେ ରେପୋ ରେଟ ୧.୪୦ ପ୍ରତିଶତ ବୃଦ୍ଧି ପାଇଛି।

Get real time updates directly on you device, subscribe now.