fbpx

କୋଲକାତାରେ ରଜତଙ୍କ ରାଜୁତି: ଧୂଆଁଧାର ଶତକ ସହ ୨୦୮ ରନର ବିଶାଳ ଲକ୍ଷ୍ୟ ଦେଲା RCB

କୋଲକାତା: ଟସ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ରାହୁଲଙ୍କର ବିଫଳ ହୋଇଛି । ୨୦ ଓଭରରେ ୨୦୭ ରନର ଏକ ବିଶାଳ ସ୍କୋର ଛିଡା କରିଛି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ସପଳତା ହାସଲ କରିଥିବା ସୁପର ଜିଆଣ୍ଟସର ବୋଲର କିନ୍ତୁ ପରେ ଫଳଶୂନ୍ୟ ହୋଇଯାଇଛନ୍ତି । ଗୋଟିଏ ପଟେ ଏକା ଲଢି ଦଳକୁ ୨୦୦ ରନ ପାର କରିଛନ୍ତି ରଜତ ପଟିଦାର । ଷ୍ଟ୍ରାଇକ ରେଟ ବି ୨୦୦ ଉପରେ ରହିଛି । ତେବେ ତାଙ୍କର ଏହି ବିସ୍ପୋରକ ଇନିଂସ ବଳରେ ବାଙ୍ଗାଲୋର ୨୦୮ ରନର ଏକ ବିଶାଳ ଲକ୍ଷ୍ୟ ଦେଇପାରିଛି ।

ପାଳି ଆରମ୍ଭ କରିବାକୁ ଆସିଥିବା ଫାଫ ଡୁପ୍ଲେସିସ ଏବଂ ବିରାଟ କୋହଲିଙ୍କ ଯୋଡି ପଡିଆରେ ବେଶୀ ସମୟ ତିଷ୍ଠି ପାରିନଥିଲା । ପ୍ରଥମ ଓଭରର ପଞ୍ଚମ ବଲରେ ହିଁ ଆଉଟ ହୋଇ ପାଭିଲିୟନ ଫେରିଥିଲେ ଅଧିନାୟକ ଡୁପ୍ଲେସିସ । ତାଙ୍କ ପରେ ଗ୍ଲେନ ମ୍ୟାକ୍ସୱେଲ, ବିରାଟ କୋହଲି କିମ୍ବା ମହିପାଲ ଲାମରୋର ବଡ ସ୍କୋର କରିବାରେ ସକ୍ଷମ ହୋଇ ପାରିନଥିଲେ । କିନ୍ତୁ ଗୋଟିଏ ପଟେ ଏକା ଲଢି ଚାଲିଥିଲେ ରଜତ ପଟିଦାର । ୫୪ ବଲରେ ୨୦୭ ଷ୍ଟ୍ରାଇକ ରେଟ ସହ ସେ ହାସଲ କରିଛନ୍ତି ଏକ ବିସ୍ଫୋରକ ଶତକ । ୧୧୨ ରନର ଏହି ଦମଦାର ପାଳିରେ ୧୨ଟି ଚୌକା ଏବଂ ୭ଟି ବିଶାଳ ଛକା ସାମିଲ ରହିଛି । ତେବେ ପରେ ଦିନେଶ କାର୍ତ୍ତିକ ତାଙ୍କୁ ଖୁବ ସାଥ ଦେଇଛନ୍ତି । ୨୩ ବଲରୁ ୫ଟି ଚୌକା ଏବଂ ଗୋଟିଏ ଛକା ସହ ୩୭ ରନ କରିଛନ୍ତି କାର୍ତ୍ତିକ । ତେବେ ଏହି ଇନିଂସର ସୁପରଷ୍ଟାର ପାଲଟିଛନ୍ତି ରଜତ । ଯାହାଫଳରେ ୨୦୭ ପର୍ଯ୍ୟନ୍ତ ପହଞ୍ଚି ପାରିଛି ବାଙ୍ଗାଲୋର ।

ଅନ୍ୟ ପକ୍ଷରେ ସୁପର ଜିଆଣ୍ଟସ ପକ୍ଷରୁ ସବୁଠୁ ମହଭ୍ଗା ସାବ୍ୟସ୍ତ ହୋଇଛନ୍ତି ଦୁଷ୍ମନ୍ତା ଚମୀରା । ୪ ଓଭରରେ ୫୪ ରନ ବ୍ୟୟ କରିତିବା ବେଳେେ ଗୋଟିଏ ସଫଳତା ହାସଲ କରିବାରେ ସେ ଅସମର୍ଥ ହୋଇଛନ୍ତି । ତେବେ ମହସିନ ଖାନ, କ୍ରୁନାଲ ପାଣ୍ଡ୍ୟା, ଆଭେଶ ଖାନ ଏବଂ ରବି ବିଷ୍ଣୋଇ ପ୍ରତ୍ୟେକଭ୍କୁ ଗୋଟିଏ ଲେଖାଏଁ ୱିକେଟ ହାସଲ ହୋଇଛି । ତେବେ କ୍ୱାଲିଫାୟାର-୨ ଖେଳିବା ପାଇଁ ହେଲେ ସୁପର ଜିଆଣ୍ଟସକୁ ୨୦୮ ରନର ଲକ୍ଷ୍ୟ ହାସଲ କରିବାକୁ ପଡିବ ।

Get real time updates directly on you device, subscribe now.